କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବନ୍ଧୁତ୍ୱ ଦିବସ ପାଳନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଇଷ୍ଟ ହଷ୍ଟେଲ ୱାର୍ଡେନ ରବିଊଲ୍ ଅଂସାରୀଙ୍କୁ ଦାୟିତ୍ୱରୁ ହଟାଇବା ଦାବିରେ ଅନ୍ତେବାସୀ ଅନଶନ କରିଛନ୍ତି ।
ଅନ୍ତେବାସୀଙ୍କ ଅଭିଯୋଗ ମୁତାବକ, ବନ୍ଧୁତ୍ଵ ଦିବସ ପାଳନ କରିବାକୁ ଶନିବାର ବିଳମ୍ବିତ ରାତିରେ କିଛି ଛାତ୍ର ଏକାଠି ହୋଇଥିଲେ । ଏ ନେଇ ହଷ୍ଟେଲ ସିକ୍ୟୁରିଟିଗାର୍ଡ ଡେପୁଟି ୱାର୍ଡେନଙ୍କୁ ଫୋନ କରି ଅବଗତ କରାଇଥିଲେ । ରବିବାର ସକାଳୁ ଡେପୁଟି ୱାର୍ଡେନ ରବିଊଲ ଅଂସାରୀ ଛାତ୍ରମାନେ ଶୋଇଥିବାବେଳେ କବାଟ ବାଡ଼େଇ ଡାକି ଉଠାଇବା ପରେ ଦୁଇଟି ରୁମରେ ତାଲା ପକାଇ ଦେଇଥିଲେ । ଏହାକୁ ବିରୋଧ କରି ୟୁଜି ଦ୍ଵିତୀୟ ଏବଂ ତୃତୀୟ ବର୍ଷ ଅନ୍ତେବାସୀ ଗତକାଲିଠାରୁ ହଷ୍ଟେଲ ସମ୍ମୁଖରେ ଧାରଣା ଦେବା ସହିତ ଅନଶନରେ ବସିଛନ୍ତି । ୱାର୍ଡେନଙ୍କୁ ଦାୟିତ୍ୱରୁ ବହିଷ୍କାର କରିବାକୁ ଦାବି କରିଛନ୍ତି ।