ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ବ୍ରଜଭୂଷଣ ଶରଣ ସିଂହ ଦୋଷମୁକ୍ତ ହେବା ପରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ ପ୍ରତିକ୍ରିୟା ରଖିଛନ୍ତି । ସେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟଙ୍କ ରାୟକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଘୋଷଣା କରିଛନ୍ତି ।
ବିନେଶ ଟ୍ୱିଟ୍ କରି ନିଜର ଲଢ଼େଇ ଜାରି ରଖିବେ ବୋଲି ଲେଖିଛନ୍ତି । ସେ କହିଛନ୍ତି ଯେ ଆମକୁ ରାସ୍ତାକୁ ଓହ୍ଲାଇବାକୁ ଏବଂ ଜଣେ ଶାସକ ଦଳର ବାହୁବଳୀ ନେତାଙ୍କ ବିରୁଦ୍ଧରେ ଏତଲା ଦେବାକୁ ବହୁତ ସାହସ କରିବାକୁ ପଡ଼ିଥିଲା । ନିଜ ବାହୁବଳରେ ବୃଜଭୂଷଣ ଅନେକ ଝିଅଙ୍କୁ ଡରାଇ ଧମକାଇ ମାମଲା ପ୍ରତ୍ୟାହୃତ କରିବାକୁ ବାଧ୍ୟ କରିଥିଲେ । କିନ୍ତୁ ଏନେକ କୁସ୍ତିଯୋଦ୍ଧା ମହିଳା ନିଜରେ ଜିଦରେ ଅଟଳ ରହିଲେ ।
କିନ୍ତୁ କୋର୍ଟଙ୍କ ରାୟ ତାଙ୍କୁ ନିରାଶ କରିଛି । ବିନେଶ ସରକାରଙ୍କୁ ଟାର୍ଗେଟ୍ କରିଛି । ବ୍ରଜଭୂଷଣଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଛି । କିନ୍ତୁ ମହିଳା କୁସ୍ତିଯୋଦ୍ଧାମାନେ ଏହି ରାୟ ବିରୁଦ୍ଧରେ ଉପରସ୍ଥ କୋର୍ଟରେ ଖୁବଶୀଘ୍ର ଆବେଦନ କରିବେ ବୋଲି ସେ କହିଛନ୍ତି ।
ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ମହାସଂଘର (WFI) ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ପୂର୍ବତନ ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ସହ-ଅଭିଯୁକ୍ତ ତଥା କୁସ୍ତି ମହାସଂଘର ପୂର୍ବତନ ସହକାରୀ ସଚିବ ବିନୋଦ ତୋମାରଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି। ପ୍ରାୟ ଦୁଇ ବର୍ଷ ପାଖାପାଖି ଏହି ମାମଲା ଚାଲିଥିଲା ।