ବାଲେଶ୍ୱର : ବାତ୍ୟା ଦାନାକୁ ନେଇ ଓଡ଼ିଶା ସମେତ ସୀମାନ୍ତ ପଶ୍ଚିମବଙ୍ଗରେ ହାଇ ଆର୍ଲଟ ଜାରି ହୋଇଛି । ବାଲେଶ୍ୱରରେ ସମସ୍ତ ହୋଟେଲ ଖାଲି କରିବାକୁ ପର୍ଯ୍ୟଟକଙ୍କୁ କଡା ନିର୍ଦ୍ଦେଶ ଜାରି ହୋଇଛି । ସକାଳୁ ସକାଳୁ ଏକ ୩୦ ଜଣିଆ NDRF ଟିମ ପହଞ୍ଚି ସମୁଦ୍ର କୂଳରେ ସଚେତନ କରିଛନ୍ତି । କୌଣସି ବି ଜରୁରୀ କାଳୀନ ପରିସ୍ଥିତିରେ NDRF ଟିମକୁ ସମସ୍ତ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରାହ୍ନରୁ ପାଗରେ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି ଓ ଝିପି ଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଛି। ତେବେ ଏପରି ପାଗର ପରିବର୍ତ୍ତନ ଦେଖି ଉପକୂଳ ବାସୀ ଭୟଭୀତ ଥିବା ବେଳେ ଧୀରେ ଧୀରେ ପର୍ଯ୍ୟଟକ ଦୀଘା ଛାଡୁଛନ୍ତି ।