ମୟୁରଭଞ୍ଜ : ଗତକାଲି ବିଳମ୍ୱିତ ରାତିରେ ମୟୁରଭଞ୍ଜ ସ୍ଥିତ ମା କିଚକେଶ୍ବରୀଙ୍କ ମନ୍ଦିରରେ ଚୋରି ହୋଇଛି। ମା'ଙ୍କର ହୁଣ୍ଡି ତାଲା ଭାଙ୍ଗିବା ସହିତ ମା'ଙ୍କର ଆଲମିରା ମଧ୍ୟରୁ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି।
ଏହି ଚୋରି ଘଟଣା ପ୍ରଥମ ଥର ନୁହେଁ ,ଆଗରୁ ମଧ୍ୟ ତିନି ତିନି ଥର ଚୋରି କରିବାକୁ ଚୋରମାନେ ଉଦ୍ୟମ କରିଥିଲେ। ମାତ୍ର ଗତକାଲି ସୁଯୋଗର ଫାଇଦା ଉଠାଇ ଚୋର ମାନେ ଚୋରୀ କରି ଫେରାର ହୋଇଯାଇଛନ୍ତି । ଏନେଇ ମନ୍ଦିର ପ୍ରଶାସନ ରରୁଆଁ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମା' କିଚକେଶ୍ବରୀ ଦେବୀ ସେଠାକାର ଆରାଧ୍ୟ ଦେବୀ ହୋଇଥିବା ବେଳେ ମା'ଙ୍କ ମନ୍ଦିରରୁ ଚୋରି ଘଟଣା ଭକ୍ତଙ୍କୁ ଭାବନାକୁ କୁଠାରଘାତ କରିଛି।