ଭୁବନେଶ୍ୱର : ବାତ୍ୟା ପାଇଁ ବିଜେପି ପକ୍ଷରୁ ଜାରି ହେଲା ଟୋଲ୍ ଫ୍ରି ନମ୍ୱର । ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି କରାଯାଇଛି । ସମସ୍ତ କର୍ମକର୍ତ୍ତା ପ୍ରଶାସନ ସହିତ ସମ୍ପର୍କ ରଖିବାକୁ ଆହ୍ୱାନ ଦେଲେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ । ଏହି ସମୟରେ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ । ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ । ଜଣେ ଲୋକ ଯେମିତି ଓଳିଏ ଖାଇବାରୁ ବଞ୍ଚିତ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଧାୟକ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ ।
ବାତ୍ୟା ‘ଦାନା’କୁ ନେଇ ସରକାର ମଧ୍ୟ ସଜାଗ ରହିଛନ୍ତି । ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ୨୪ ତାରିଖ ରାତିରୁ ୨୫ ତାରିଖ ଭୋର ସମୟ ଭିତରେ ବାତ୍ୟା ଓଡିଶା ଉପକୂଳ ଅତିକ୍ରମ କରିବା । ଲ୍ୟାଣ୍ଡଫଲ ପୂବର୍ରୁ ବାତ୍ୟାର ସମ୍ଭାବ୍ୟ ଗତିପଥ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।