ଝାରସୁଗୁଡ଼ା: ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ମୃତ
Khabar Odisha:State-Two-young-bike-rider-killed-in-a-accident-in-Lakhanpur-area-of-Jharsuguda-district

ଭୁବନେଶ୍ୱର, ଜୁନ ୦୬ (ଖବର ଓଡ଼ିଶା): ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଂଚଳରେ ୨ ଜଣ ବାଇକ ଆରୋହୀଙ୍କୁ ଏକ ଦ୍ରୁତଗାମୀ ଟ୍ରକ ଶକ୍ତ ଧକ୍କା ଦେଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରମେଶ ଦେହେରୀ (୨୭) ଓ ଲଖନ ମହାତୋ (୨୮) । ଉଭୟଙ୍କ ଘର ଏକତାଲି ଗାଁର ବୋଲି ଜଣାପଡ଼ିଛି । 

ମିଳିଥିବା ସୂଚନା ଅନୁସାରେ ଲଖନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ରମେଶ ଓ ଲଖନ ବାଇକରେ ଯାଉଥିବା ବେଳେ ଟ୍ରକ (ଓଡି ୨୩ଏଚ-୩୭୮୩) ଧକ୍କା ଦେଇଥିଲା । ରମେଶ ଓ ଲଖନ ଝାରସୁଗୁଡ଼ାକୁ ଯାଥିଲେ ଓ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ । 

         

 

  • Tags:

Subscribe

National International State Sports Entertainment