ଜାରି ରହିଛି ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା, ଆଜି ୮ ଟି ଶ୍ରମିକ ସ୍ଵତନ୍ତ୍ର ଟ୍ରେନରେ ଓଡ଼ିଶା ଆସୁଛନ୍ତି ୧୨ ହଜାର ପ୍ରବାସୀ
Khabar Odisha:Srmaik-special-8-train-will-come-to-Odisha-by-today
ଭୁବନେଶ୍ୱର, ଜୁନ 2( ଖବର ଓଡ଼ିଶା):

 ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ଜାରି ରହିଛି।  ଆଜି ଓଡିଶାରେ ପହଞ୍ଚିବ ୮ଟି ସ୍ୱତନ୍ତ୍ର ଟ୍ରେନ୍। 

ଗତକାଲି ଓଡ଼ିଶାରେ ୨ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‌ ପହଞ୍ଚିଥିବା ବେଳେ ଅନ୍ୟ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରୁଛି । ଆଜି ଏହି ଟ୍ରେନ୍‌ ଗୁଡ଼ିକ ରାଜ୍ୟରେ ପହଞ୍ଚିବ ।

ଆଜି ବିଭିନ୍ନ ରାଜ୍ୟରୁ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଓଡ଼ିଶା ଅଭିମୁଖେ ଯାତ୍ରା କରିଛି । ଏହି ଟ୍ରେନ୍‌ ମଧ୍ୟରୁ ଦୁଇଟି କେରଳରୁ ଖୋର୍ଦ୍ଧା ରୋଡ୍‌ ଆସିବ । ବେଙ୍ଗାଲୁରୁରୁ ବାଲେଶ୍ୱର, ତାମିଲନାଡୁରୁ ବାଲେଶ୍ୱର, ହରିୟାଣାରୁ ବାଲେଶ୍ୱର, ତେଲେଙ୍ଗାନାରୁ ବଲାଙ୍ଗୀର, ତେଲେଙ୍ଗାନାରୁ ନୂଆପଡ଼ା ଓ ତେଲେଙ୍ଗାନାରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ଗୋଟିଏ ଲେଖାଏଁ ଟ୍ରେନ୍‌ ଆଜି ପହଞ୍ଚିବ । ଏଥିରେ ପାଖାପାଖି ୧୨ ହଜାର ଶ୍ରମିକ ଆସୁଛନ୍ତି । ବର୍ତ୍ତମାନ ମେ ୩୧ ସୁଦ୍ଧା ପୂର୍ବତଟ ରେଳପଥ ପକ୍ଷରୁ ୧୭୮ ଟ୍ରେନ୍‌ ଯାତାୟାତ କରିଛି ।

  • Tags:

Subscribe

National International State Sports Entertainment