ଭୁବନେଶ୍ୱର : ନିଶାମୁକ୍ତ ଭୁବନେଶ୍ୱର ପାଇଁ ରାଜଧାନୀରେ ଚାଲିଛି ଚଢ଼ାଉ।ଭୁବନେଶ୍ୱର ପଟିଆ ଅଞ୍ଚଳରେ ସ୍ପେଶାଲ କ୍ରାଇମ ୟୁନିଟ ଚଢାଉ କରୁଛି। ଦୋକାନରୁ ଦୋକାନକୁ ବୁଲୁଛି ପୋଲିସ । ପାନ ଦୋକାନରେ ଚଢାଉ କରି ଖୋଜୁଛି ଗଞ୍ଜେଇ, ସିଗାରେଟ୍।
ସୂଚନା ଅନୁଯାୟୀ ଭୁବନେଶ୍ଵର ପଟିଆ ଇନଫୋସିଟି ଥାନା ଅଞ୍ଚଳରେ ସ୍ପେସିଆଲ କ୍ରାଇମ ୟୁନିଟର ଚଢାଉ। ବିଭିନ୍ନ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନକୁ ଟାର୍ଗେଟ କରି ଏହି ରେଡ୍ କରିଛି ସ୍ପେସିଆଲ କ୍ରାଇମ ୟୁନିଟ।ବିଭିନ୍ନ ପାନ ଦୋକାନରୁ ଗଞ୍ଜେଇ ସିଗାରେଟ ଜବତ କରିବା ସହ ଜଣକୁ ଅଟକ ରଖିଛି ପୋଲିସ। ଗତ କିଛିଦିନ ତଳେ ଜୟଦେବ ବିହାର ଛକରେ ମଧ୍ୟ ଚଢ଼ାଉ ହୋଇଥିଲା।