ଓଡ଼ିଶା ଖଣିଜ ଧାରକ କ୍ଷେତ୍ର ବିକାଶ ନିଗମ (OMBADC) ର ଆର୍ଥିକ ପ୍ରୋତ୍ସାହନ ରେ ଢେଙ୍କାନାଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ବିମଳେନ୍ଦୁ ମହାନ୍ତି ଙ୍କ ତତ୍ତ୍ଵାବଧାନରେ କୁକୁଡ଼ା ପାଳନରେ ଦକ୍ଷତା ବୃଦ୍ଧି ନେଇ ୫ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାର ଅଧିକାରୀ କମିଟି ଙ୍କ ଦ୍ଵାରା ଚୟନ କରାଯାଇଥିବା ୨୦ ଜଣ କୃଷକ ଓ କୃଷିଜୀବୀ ମହିଳା ମାନଙ୍କୁ ଉଦ୍ୟୋଗୀ ସୃଷ୍ଟି କରିବା ଓ ରୋଜଗାର ର ପନ୍ଥା ଭାବେ କୁକୁଡ଼ା ଚାଷ କରିବା ନିମନ୍ତେ ତାଲିମ୍ ଦିଆଯାଇଛି।
ଏହି ତାଲିମ୍ ଶିବିର ରେ କୁକୁଡ଼ା ଚିଆଁ ପାଳନ, ଟୀକାକରଣ, ରୋଗ ଓ ତା'ର ନିରାକରଣ, ସରକାରୀ ପ୍ରୋତ୍ସାହନ ଏବଂ ବ୍ୟବସାୟିକ ଭିତ୍ତିରେ ଉତ୍ପାଦନ ର ଆୟ ବ୍ୟୟ ର ଅଟକଳ ଉପରେ ବିସ୍ତୃତ ଭାବରେ ଆଲୋଚନା ପୂର୍ବକ କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ବୁଝା ଯାଇଥିଲା। ଏହି ତାଲିମ୍ ଶିବିର ରେ ଡଃ ତୁଷାର ରଞ୍ଜନ ସାହୁ (ରୋଗ ନିରାକରଣ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଢେଙ୍କାନାଳ), ଡଃ ଶ୍ରୀକାନ୍ତ ପରିଡ଼ା (ପ୍ରାଣୀ ମଙ୍ଗଳ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଢେଙ୍କାନାଳ), ଡଃ ଲକ୍ଷ୍ମୀ ନାରାୟଣ ନନ୍ଦ (ଉପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଢେଙ୍କାନାଳ), ଶ୍ରୀମତୀ ଅମ୍ରିତା ସାମନ୍ତ (ଜିଲ୍ଲା ସଂଯୋଜକ, ଢେଙ୍କାନାଳ, APICOL), ଡଃ ରୋଶନି ବାଳା ନାୟକ (ପ୍ରାଣୀ ବିଜ୍ଞାନୀ, କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ) ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ। ପ୍ରଶିକ୍ଷାର୍ଥୀ ମାନଙ୍କ ମୂଲ୍ୟାଙ୍କନ କରାଯାଇ ଉଦ୍ ଯାପନୀ ଉତ୍ସବରେ ଡଃ ଲକ୍ଷ୍ମୀ ନାରାୟଣ ନନ୍ଦ, ଶ୍ରୀମତୀ ସସ୍ମିତା ପାଲ୍ ଓ ଡଃ ରୋଶନି ବାଳା ନାୟକ ଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।