ନୂଆଦିଲ୍ଲୀ: ଭାରତ ସହିତ ଯୁଦ୍ଧ ମଧ୍ୟରେ ପାକିସ୍ତାନର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଆର୍ଥିକ ସ୍ଥିତି ଏତେ ଖରାପ ଯେ, ଏହାର ଅର୍ଥନୈତିକ ବ୍ୟାପାର ଟୁଇଟ୍ କରି ବିଶ୍ୱ ବ୍ୟାଙ୍କ, ଆଇଏମଏଫ ପରି ସଂସ୍ଥା ଓ ମିତ୍ର ଦେଶକୁ ଋଣ ମାଗିବାକୁ ପଡିଛି । ଟୁଇଟରେ କୁହାଯାଇଛି ଯେ, ଯୁଦ୍ଧ କାରନରୁ ଆମର ସ୍ଥିତି ଦୁର୍ବଳ ହୋଇ ପଡିଛି । ଏମିତିରେ ସ୍ଥିତିରେ ଆମକୁ ଋଚ୍ଚର ଆବଶ୍ୟକତା ରହିଛି । ଏହା ମଧ୍ୟରେ ଆଜି ୱାଶିଂଟନରେ ପାକିସ୍ତାନକୁ ନେଇ ବଡ ନିଷ୍ପତ୍ତି ନିଆଯାଇପାରେ । ଅନ୍ତର୍ଜାତୀୟ ମୁଦ୍ରାକୋଷର ବୈଠକ ବସିବାକୁ ଯାଉଛି । ଏଥିରେ ପାକିସ୍ତାନକୁ ଋଣ ଦେବା ଉପରେ ଆଲୋଚନା ହେବ । ଭାରତର କହିବା କଥା ପାକିସ୍ତାନକୁ ଲୋନ ମିଳିବା ଉଚିତ୍ ନୁହେଁ । ଆଉ ବୈଠକରେ ଏହି ଦାବି ଦୋହରାଇବ ଭାରତ ।
ଭାରତ ଆଇଏମଏଫକୁ ପ୍ରଥମରୁ କହି ସାରିଛି ଯେ, ପାକିସ୍ତାନକୁ ଖୋଲା ହାତରେ ଲୋନ ଦିଆ ନ ଯାଉ । ଏହା ଏମିତି ଦେଶ ଯିଏ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଏମିତିରେ ଏହି ଦେଶକୁ ଆର୍ଥିକ ସହାୟତା ଦେବା ଆତଙ୍କବାଦକୁ ସାହାରା ଦେବା ପରି ସମାନ । ପାକିସ୍ତାନ ପାଇଁ ସ୍ଥିତି ଆଗରେ କୂଅ ଓ ପଛରେ ଖାଇ ପରି ସ୍ଥିତି ଉତ୍ପନ ହୋଇଛି । ଯଦି ପାକିସ୍ତାନ ଆର୍ଥିକ ଦୂରାବସ୍ଥା କାରଣରୁ ଯୁଦ୍ଧରୁ ପଛକୁ ହଟେ ତେବ ନିଜ ଘରେ ବଦନାମ ହେବ । ଆଉ ଯୁଦ୍ଧ ଜାରି ରଖିଲେ ଆର୍ଥିକ ସଙ୍କଟ ଗୁରୁତର ହେବ । ସେମିତିରେ ବି ପାକିସ୍ତାନ ଉପରେ ଚୀନ, ଆମେରିକା, ସାଉଦି ଆରବ ପରି ଦେଶର ବଡ ଋଣଭାର ରହିଛି । ଏହା ବ୍ୟତୀତ ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କରୁ ବି ଲଗାତାର ବେଲଆଉଟ୍ ପ୍ୟାକେଜ ନେଇ ଚାଲିଛି । ୨୦୨୪ରେ ପାକିସ୍ତାନର ମୋଟ୍ ଋଣ ୧୩୦ ବିଲିୟନ ଡଲାର ଅତିକ୍ରମ କରିଥିଲା । ଏଥିରୁ ୨୦ ପ୍ରତିଶତ ଋଣ କେବଳ ଚୀନର ।
ପାକିସ୍ତାନର ଆର୍ଥିକ ସଙ୍କଟ ଏତେ ବଡ ଯେ, ଏହାର ବିଦେଶୀ ମୁଦ୍ରା ଭଣ୍ଡାର ମାତ୍ର ୧୫ ବିଲିୟନ ଡଲାର ରହିଛି । ଆଉ ଦେଶ ଉପରେ ଋଣର ପରିମାଣ ୧୩୦ ବିଲିୟନ ଡଲାର ରହିଛି । ଏହି ଦେଶ ପାଖରେ ଥିବା ବିଦେଶୀ ମୁଦ୍ରା ଭଣ୍ଡାରରେ କେବଳ ତିନି ମାସ ପର୍ଯ୍ୟନ୍ତ ସାମଗ୍ରୀ ଆମଦାନୀ କରି ହେବ । ଏହି ସଙ୍କଟର ମୁକାବିଲା ପାଇଁ ପାକିସ୍ତାନ ଆଇଏମଠୁ ୨୦୨୪ ସେପ୍ଟେମ୍ବରରେ ବେଲଆଉଟ୍ ପ୍ୟାକେଜ ନେଇଥିଲା । ସେହି ସମୟରେ ପଡୋଶୀ ଶତ୍ରୁ ଦେଶକୁ ୭ ବିଲିୟନ ଡଲାର ଲୋନ ମିଳିଥିଲା । ସ୍ଥିତି ଟିକେ ସୁଧୁରି ଆସିଲା ବେଳକୁ ଭାରତ ସହ ଯୁଦ୍ଧ ଆରମ୍ଭ କରି ଦେଇଛି ଏହି ମୁର୍ଖ ଦେଶ ।