ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୌଠକ ବଡଦାଣ୍ତ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଅନୁଷ୍ଠିତ ହେବ । ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବୈଠକ ଦିନ ସାଢେ଼ ଦଶଟା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ। ଏଥିସହ ନୂତନ ଭାବେ ମନୋନୀତ ହୋଇଥିବା ପରିଚାଳନା କମିଟିର ସେବାୟତ ସଦସ୍ୟଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ ବୈଠକରେ ଭାଗ ନେବେ। ବୈଠକରେ ନୂତନ ସଦସ୍ୟଙ୍କୁ ସ୍ବାଗତ, ନୂତନ ସବ କମିଟି ଗଠନ, ଗତ ମେ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକର ବିବରଣୀ ପଠନ ଓ ଦୂଢିକରଣ ନେଇ ଆଲୋଚନା ହେବ।
ଶ୍ରୀମନ୍ଦିର ନୂଆ ପରିଚାଳନା କମିଟି ଗଠନ ହୋଇ ସାରିଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତି ଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କୁ ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା କରାଯିବ ବୋଲି ଆଶା କରାଯାଉଛି। ତେବେ ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଛତିଶା ନିଯୋଗ ବୈଠକରେ ଅନୁମୋଦିତ ହୋଇଥିବା ନୀତି ନିର୍ଘଣ୍ଟ କୁ ଆଜିର ବୈଠକରେ ପାରିତ କରାଯିବ।