ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ଆୟୁଷ ଡିସପେନ୍ସାରୀ ଏବଂ ୯ଟି ମେଡ଼ିକାଲ କଲେଜରେ ଏଣିକି ମାଗଣାରେ ସମସ୍ତ ପରୀକ୍ଷା କରାଯିବ । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଥିବା ଆୟୁଷ ଡିସପେନ୍ସାରୀ ଏବଂ ୯ଟି ମେଡ଼ିକାଲ କଲେଜରେ ମାଗଣାରେ ସମସ୍ତ ପରୀକ୍ଷା କରାଯିବ । ଯାହାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ କେବଳ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯାଉଥିବାବେଳେ ଏବେ ସମସ୍ତ ପରୀକ୍ଷା କରାଯିବ । ଆୟୁଷ ଡାକ୍ତରମାନେ ରିପୋର୍ଟ ଦେଖି ଔଷଧ ଦେବେ । ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିସାରିଛନ୍ତି । ଆଜିଠାରୁ କେତେକ ସ୍ଥାନରେ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ସମସ୍ତ ମେଡ଼ିକାଲ କଲଜରେ ଏହି ସେବା ଉପଲବ୍ଧ ହେବ । ଏହି ପଦକ୍ଷେପ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।