ଭବାନୀପାଟଣା: ଭବାନୀପାଟଣା ସହରର ମୁଖ୍ୟ ରାସ୍ତାରେ ଫୁଟିଲା ଗୁଳି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ା ନିକଟରେ ବିଳମ୍ବିତ ରାତିରେ ଗୁଳି ଫୁଟିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାହାଦୁର ବଗିଚା ପଡ଼ା ଜାତୀୟ ରାଜପଥ ୨୬ ଅଫିସ ନିକଟରେ ଏହି କାଣ୍ଡ ଘଟିଛି। ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା ଧମକ ଦେଇ ମୁଣ୍ଡରେ ପିସ୍ତଲ ଲଗାଇଥିଲେ ଦୁର୍ବୁତ୍ତ। ହେଲେ ସେଠାରେ ଥିବା ଜଣେ ଯୁବକ ଦୁର୍ବୁତ୍ତଙ୍କ ହାତ ଉଠାଇଦେବାରୁ ପିସ୍ତଲର ଗୁଳି ଆକାଶରେ ବ୍ଲାଙ୍କ ଫାୟାର ହୋଇଯାଇଥିଲା। ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଠିକାଦାର। ଏନେଇ ଆଜି ସମ୍ପୃକ୍ତ ଠିକାଦାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣା ମୁତାବିକ, ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଏକ ସାମାନ୍ୟ ଯୁକ୍ତିତର୍କ, ଯାହା ହଠାତ୍ ଉଗ୍ର ରୂପ ନେଇଥିଲା। ଝଗଡ଼ା ସମୟରେ, ଜଣେ ମଦ୍ୟପ ଯୁବକ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ବିବିସି ପଡ଼ାର ବାସିନ୍ଦା ଯଶୱନ୍ତ ନାୟକ ବୋଲି ଚିହ୍ନଟ ହୋଇଛି। ଘଟଣା ସମୟରେ ତାଙ୍କ ପାଖରେ ଦୁଇଟି ମାଉଜର ପିସ୍ତଲ ଥିବା ଅଭିଯୋଗ ହୋଇଛି।
ଯଶ ନାଏକ ନାମକ ଜଣେ ଯୁବକ କାମ କରୁଥିବା ସ୍ଥାନକୁ ଆସି ପ୍ରଦୀପଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୁଳି ଫୁଟାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ କିଛି ସ୍ଥାନୀୟ ଯୁବକ ଓ ସମ୍ପର୍କୀୟ ଘଟଣାସ୍ଥଳକୁ ଆସି ତାଙ୍କୁ ରକ୍ଷା କରିଥିଲେ। ପରେ ଖବର ପାଇ ଭବାନୀପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯଶ ନାଏକକୁ ଗିରଫ କରିଥିଲା। ତେବେ ଅଧିକ ତଦନ୍ତ ଚାଲିଥିବା ନେଇ କଳାହାଣ୍ଡି ଏସପି ପ୍ରକାଶ କରିଥିବା ବେଳେ ଏହି ଗୁଳିକାଣ୍ଡ ଠିକା କାମ ପାଇଁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ବ୍ୟବହୃତ ହୋଇଥିବା ଦୁଇଟି ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ ହୋଇଥିବା ଜଣାପଡିଛି।
ଅଧିକ ପଢନ୍ତୁ: ରିମାଣ୍ଡରେ ଗଲା ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା କଏଦୀ; କେମିତି ଓ କାହା ସହଯୋଗରେ ହୋଇଥିଲେ ସୀମାପାର୍ ସତ ଓଗାଳିବ ପୋଲିସ