ଭୁବନେଶ୍ୱର: ଗ୍ରାହକ ବେଶରେ ଆସି ଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ ଘଟଣାରେ ଧରାପଡିଲା ଅଭିଯୁକ୍ତ। ଆଖିରେ ସ୍ପ୍ରେ କରି ଲୁଟିନେଇଥିଲା ୬ ଲକ୍ଷ ଟଙ୍କାର ସୁନା ଗହଣା। ଲୁଟ କରିଥିବା ଅଭିଯୁକ୍ତ ଜଣକ ନାବାଳକ ବୋଲି ଜଣାପଡ଼ିଛି। ୧୭ ବର୍ଷିୟ ନାବାଳକ ଏହି ଲୁଟ କରିଥିବା ପୁଲିସ ଜାଣିବାକୁ ପାଇବା ସହ ତାକୁ ଗିରଫ କରିଛି।
ଗତକାଲି (ମଙ୍ଗଳବାର) ଭୁବନେଶ୍ୱରର କଳିଙ୍ଗ ବିହାର ଶୁଭଲକ୍ଷ୍ମୀ ଜୁଏଲର୍ସକୁ ଜଣେ ବ୍ୟକ୍ତି ଗ୍ରାହକ ସାଜି ପ୍ରବେଶ କରିଥିଲେ। ମୁହଁ ମାସ୍କ ଥିଲା। ଭଉଣୀ ବାହାଘର ପାଇଁ ଗହଣା ନେବାକୁ ଦୋକାନୀଙ୍କୁ କହିଥିଲେ। ପ୍ରଥମେ ମହିଳା ଏବଂ ପୁରୁଷର ମୁଦି ଏବଂ ଚେନ୍ ଦେଖିଥିଲେ। ପୁଣି ନିଜ ପାଇଁ ମଧ୍ୟ ମୁଦି ଦେଖିଥିଲେ। ଏହା ପରେ କହିଥିଲେ ଯେ ଘର ଲୋକ ଆସୁଛନ୍ତି ଆସିକି ଦେଖି ସାରିଲେ ଟଙ୍କା ଦେଇ ଚେନ୍ ନେବେ। ଏହାରି ମଧ୍ୟରେ ଦୋକାନୀଙ୍କୁ ହିସାବ କରିବାକୁ କହିଥିଲେ।
ଦୋକାନୀ ହିସାବ କରୁଥିବା ସମୟରେ ହାତରେ ମୁଦି ଧରି ଦୋକାନୀଙ୍କ ମୁହଁକୁ 'ପେପର୍ ସ୍ପ୍ରେ' (ଗୋଲ ମରିଚ ଗୁଣ୍ଡ ସ୍ପ୍ରେ) ମାରିଥିଲେ। ଦୋକାନୀଙ୍କ ଆଖିରେ ପ୍ରବଳ ଯନ୍ତ୍ରଣା ହେବା ସମୟରେ ମୁଦି ଧରି ଚମ୍ପଟ୍ ମାରିଥିଲେ। ଦୋକାନୀ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଏହି ଲୁଟେରା ପାଖାପାଖି ୫ଟି ମୁଦି, ଦୁଇଟି ସୁନା ଚେନ ନେଇଯାଇଥିବା ବେଳେ ପୁଲିସ ତାକୁ ଗିରଫ କରିଛି।
ଅଧିକ ପଢନ୍ତୁ: ପୋଲିସଙ୍କ ମା’ଙ୍କ ବେକରୁ ଝାମ୍ପି ନେଲେ ଚେନ୍, ଆଖିରେ ସ୍ପ୍ରେ ମାରି ଗହଣା ଦୋକାନରୁ ଲୁଟ୍