ମୁମ୍ବାଇ: ମହାରାଷ୍ଟ୍ରରେ ସରକାରୀ ନିଯୁକ୍ତି ଓ ଶିକ୍ଷାରେ ମୁସଲିମ ସମୁଦାୟଙ୍କୁ ଦିଆଯାଉଥିବା ୫ ପ୍ରତିଶତ ସଂରକ୍ଷଣକୁ ରଦ୍ଦ କରାଯାଇଛି । ସରକାର ଏହାକୁ ନେଇ ନିକଟରେ ଏକ ଆଦେଶ ଜାରି କରିଥିଲେ । ମଙ୍ଗଳବାର ଏକ ସରକାରୀ ପ୍ରସ୍ତାବରେ ଏହି ଆଦେଶ ଜାରି କରାଯାଇଛି । ଏହା ପୂର୍ବରୁ ୫ ପ୍ରତିଶତ ସଂରକ୍ଷଣ ସମ୍ବନ୍ଧିତ ଗତ ଅଧ୍ୟାଦେଶର ଅବଧି ସମାପ୍ତ ହୋଇଛି । ଏହି ନିଷ୍ପତ୍ତି ଉପରେ ଅଦାଲତ ଅନ୍ତରୀଣ ରୋକ୍ ଲଗାଇଥିଲେ ।
ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସ-ଏନସିପି ଗତ ସରକାରରେ ମରାଠା ସମୁଦାୟଙ୍କୁ ୧୬ ପ୍ରତିଶତ ଓ ମୁସଲମାନଙ୍କୁ ପାଞ୍ଚ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଏକ ଅଧ୍ୟାଦେଶ ଜାରି କରିଥିଲେ । ୨୦୧୪ ଜୁଲାଇରେ ଅଣାଯାଇଥିବା ଏହି ଅଧ୍ୟାଦେଶ ଆଧାରରେ ମୁସଲମାନଙ୍କୁ ପଛୁଆ ବର୍ଗ ବର୍ଗରେ ସାମିଲ୍ କରାଯାଇଥିଲା ।
ଏହି ଅଧ୍ୟାଦେଶକୁ ମୁମ୍ବାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟ ୨୦୧୪ ନଭେମ୍ବର ୧୪ରେ ଏହା ଉପରେ ରୋକ୍ ଲଗାଇଥିଲେ । ସୁପ୍ରିମକୋର୍ଟ ପରେ ବମ୍ବେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏକ ସ୍ପେଶାଲ ଲିଭ ପିଟିସନ ଉପରେ ନିଷ୍ପତ୍ତି ଶୁଣାଇ ସଂରକ୍ଷଣକୁ ରଦ୍ଦ କରିଥିଲେ ।
ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଆଦେଶ ଜାରି କରା୍ାଇ ସଂରକ୍ଷଣକୁ ରଦ୍ଦ କରାଯାଇ ନ ଥିଲା । କିନ୍ତୁ ଆଜି ରାଜ୍ୟର ବିଜେପି ସରକାର ସରକାରୀ ନିଯୁକ୍ତି ଓ ଶିକ୍ଷାରେ ମୁସଲିମ ସମୁଦାୟଙ୍କୁ ଦିଆଯାଉଥିବା ୫ ପ୍ରତିଶତ ସଂରକ୍ଷଣକୁ ରଦ୍ଦ କରାଯାଇଛି ।
Also read: ହଳଦିପଦର ଦୁର୍ଘଟଣା: ରିପୋର୍ଟ ମାଗିଲା ସୁପ୍ରିମକୋର୍ଟ ସଡ଼କ ନିରାପତ୍ତା କମିଟି