ଭୁବନେଶ୍ୱର: ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଧାୟକମାନେ ଗୃହ ମଧ୍ୟରେ ଧାନ ବସ୍ତା ରଖି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ନେଇ ରାଜ୍ୟରେ ଚାଷୀ ହନ୍ତସନ୍ତ ହେଉଥିବାରୁ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ସେପଟେ ବିରୋଧ ସ୍ୱତେ ରାଜ୍ୟରେ ଆଜି ସୁଦ୍ଧା କେତେ ଧାନ କିଣା ହୋଇଛି ସେନେଇ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର।
ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ଲକ୍ଷ ୯୨ହଜାର ୮୭୪ମେଟ୍ରିକ ଟନ୍ ଧାନ ଆସିଛି। ୫୯ଲକ୍ଷ ୭୩ହଜାର ୫୫୨ମେଟ୍ରିକ ଧାନ କିଣା ହୋଇଛି। ସେଥି ମଧ୍ୟରୁ ୫୮ଲକ୍ଷ ୬ହଜାର ୪୩୨ମେଟ୍ରିକ ଟନ ଧାନ ଉଠା ହୋଇଛି। ୧ଲକ୍ଷ ୯୪ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡି ରହିଛି। ଏବେ ୧୩ଲକ୍ଷ ୯୦ହଜାର ୯୭୮ ଚାଷୀ ଧାନ ବିିକ୍ରି କରିସାରିଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ହଜାର ୪୫କୋଟି ଟଙ୍କାର ଇନପୁଟ ସବସିଡି। MSP ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି ବୋଲି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର।
ଅଧିକ ପଢନ୍ତୁ: ଚାଷୀ ସମସ୍ୟାକୁ ନେଇ ଘେରିଲେ ବିରୋଧୀ, ବିଜେପି କହିଲା ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି