ଆସୁଛି ଲଘୁଚାପ। ପାଣିପାଗ ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି ଯେ, ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ ବିଷୁବୀୟ ଭାରତ ମହାସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବ। ତାମିଲନାଡୁ,ପୁଡୁଚେରୀ ଏବଂ କେରଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ।
ଗତ ସପ୍ତାହରେ ବର୍ଷା ସମ୍ଭାବନା ଥିଲା। ବର୍ଷା ଯୋଗୁ ଭାରତ – ପାକ୍ ଟି -୨୦ ମ୍ୟାଚ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିଲା। କିନ୍ତୁ ଚଳିତ ସପ୍ତାହରେ ବର୍ଷା ହେବ କହିଛନ୍ତି ଜାସନ ନିକୋଲ୍ସ। ସେପଟେ ବର୍ଷ ଶେଷ ଆଡ଼କୁ ଫେରିବ ElNino। ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (PMM) ଏବଂ ଦକ୍ଷିଣ ପାସିଫିକ୍ ମେରିଡାୟୋନାଲ୍ ମୋଡ୍ (SPMM) ପରସ୍ପର ସହିତ ପର୍ଯ୍ୟାୟରେ ପ୍ରବେଶ କରୁଛନ୍ତି। ଉଭୟ ଉଷ୍ଣତା ElNino ପାଇଁ ଏକ ଭଲ ସଙ୍କେତ ବୋଲି କହିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲ୍ସ।