କଟକ: ରିମାଣ୍ଡରେ ରିମାଣ୍ଡରେ ଗଲା ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା କଏଦୀ। ଅପରାଧୀ ମଧୁକାନ୍ତ ରାଣାକୁ ୬ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ୬ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। ଜେଲ୍ ଭାଙ୍ଗିବା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସୀମା ନେଇ ସତ ଓଗାଳିବକୁ ତଦନ୍ତକାରୀଙ୍କୁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ। ରିମାଣ୍ଡରେ କେମିତି ଓ କାହା ସହଯୋଗରେ ଉଭୟେ ହୋଇଥିଲେ ସୀମାପାର୍ ? ସେମାନଙ୍କୁ କିଏ ସହଯୋଗ କରିଥିଲେ କି ? କେମିତି ଓଡ଼ିଶା ସୀମା ଡେଇଁ ରାଜ୍ୟ ବାହାରକୁ ଖସି ପଳାଇଲେ ଏନେଇ ପ୍ରଶ୍ନ କରାଯାଇପାରେ।
ଚୌଦ୍ୱାର ଜେଲ୍ରୁ ଚମ୍ପଟ୍ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଅଭିଯୁକ୍ତର ନାମ ମଧୁକାନ୍ତ ରାଣା। ଉତ୍ତର ପ୍ରଦେଶରୁ ମଧୁକାନ୍ତକୁ ଗିରଫ କରାଯାଇଛି। କଏଦୀ ଚମ୍ପଟ୍ ଏବଂ ଗିରଫ ସମ୍ପର୍କରେ ସିପି ସୂଚନା ଦେଇ କହିଛନ୍ତି ଯେ, କୁଖ୍ୟାତ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରାଯାଇଛି। ସେଠାରେ ଗେଷ୍ଟ ହାଉସ୍ରେ ବାସୁ ପାଣ୍ଡେ ଛଦ୍ମ ନାମରେ ସେ କାମ କରୁଥିଲା।
ଗତ ଅକ୍ଟୋବର ୩ ରାତିରେ ଚମ୍ପଟ୍ ପରେ ୨ କଏଦୀ ପୁରୀ ପଳାଇଥିଲେ ଏବଂ ତା ପର ଦିନ ପୁରୀରୁ ଟ୍ରେନ୍ ଯୋଗେ ଓଡ଼ିଶା ଛାଡ଼ିବାରେ ସଫଳ ହୋଇଥିଲା। ଅନ୍ୟତମ ଚମ୍ପଟ୍ ଅପରାଧୀ ରାଜା ସାହାଣୀକୁ ଧରିବା ପାଇଁ ଖୋଜାଖୋଜି ଚାଲିଛି। ୬ ଟିମ୍ରେ ୨୬ ଜଣ ପୋଲିସ ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଥିଲେ। ସେମାନଙ୍କୁ ଖସାଇବାରେ କାହାର ହାତ ରହିଛି ସେ ନେଇ ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢନ୍ତୁ: ଚୌଦ୍ୱାର ଜେଲରୁ ଚମ୍ପଟ୍ କଏଦୀ ଉତ୍ତର ପ୍ରଦେଶରୁ ଗିରଫ, ଏବେବି ଆଉ ଜଣେ ଫେରାର