ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଚିପିଲମା ଠାରେ ୭ କେଜି ଗଞ୍ଜେଇ ଜବତ। ଏପରିକି ଏହି ସହ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ତେବେ ସମ୍ବଲପୁର ଅବକାରୀ ବିଭାଗ ମିଳିଛି ବଡ ସଫଳତା। ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହୋଇଥିବା ନେଇ ସୂଚନା ଦେଇଛି ଅବକାରୀ ବିଭାଗ।
ସୂଚନା ଅନୁସାରେ, ଚିପିଲମା ଠାରେ ଚୋରା ଗଂଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ସମ୍ବଲପୁର ଅବକାରୀ ବିଭାଗ। ଏହାପରେ ଏହି ଘଟଣାକୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ଅବକାରୀ ବିଭାଗ। ଏହାପରେ ଯୋଜନା ମୁତାବକ ଚିପିଲମା ଠାରେ ଚଢ଼ାଉ କରି ଏକ ବାଇକ ସହ ୭ କେଜି ଗଞ୍ଜେଇ ଜବତ କରିଥିଲା ତେବେ ଏହି ମାମଲାରେ ଜଡିତ ଥିବା ଅଭିଯୁକ୍ତ ଆନନ୍ଦ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୭୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାତାରାତି ଓ କମ ପରିଶ୍ରମରେ ଅଧିକ ଲାଭ ପାଇବା ପାଇଁ ଅଭିଯୁକ୍ତ ଆନନ୍ଦ ମେହେର ଏହି ଗଞ୍ଜେଇ ଚୋରାଚାଲାଣ କରୁଥିବା କହିଛି ପୋଲିସ।