ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ବାଲୁକେଶ୍ୱର ହାଇସ୍କୁଲ୍ ଗେଟ୍ ସାମ୍ନାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ବାଲୁକେଶ୍ୱରପୁର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ କାଠଫାଳିଆରେ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଆକ୍ରମଣରେଶିକାର ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ୍ ମେଡିକାଲ୍ରେ ହେଲେ ଭର୍ତ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ ଆଜି ଶିକ୍ଷକ ଭବାନୀ ପ୍ରସାଦ ବିଦ୍ୟାଳୟକୁ ଆସୁଥିବା ବେଳେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ କାଠଫାଳିଆରେ ଆକ୍ରମଣ କରିଥିଲେ । ଯାହା ଫଳରେ ଆକ୍ରମଣରେ ଶିକ୍ଷକ ଗୁରୁତର ଆହତ ହୋଇଥିଲେ ତେଣୁ ଉପସ୍ଥିତ ଥିବା ଅନ୍ୟ ସହକାରୀ ଶିକ୍ଷକ ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଆକ୍ରମଣ କରିଥିବା ଯୁବକଙ୍କୁ ସେ ଚିହ୍ନିନଥିବା କହିଛନ୍ତି । ଆକ୍ରମଣରେ ଶିକ୍ଷକ ଭବାନୀ ପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ତଦନ୍ତ ପରେ ଆକ୍ରମଣର ପ୍ରକୃତ କାରଣ ଜଣାପଡିବ ।