କଟକ: ସମୀର ମହାନ୍ତି ହେବେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ସଭାପତି। ଏକମାତ୍ର ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନ କାଏମ ରହିଛି। ଏହି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ସଭାପତି ହେବା ନିଶ୍ଚିତ ହୋଇଛି। ୨୦୨୯ ଯାଏ ସେ ଓଓଏର ସଭାପତି ହୋଇ ରହିବେ । ଆଉ ସଂପାଦକ ଭାବେ ଅଭିଜିତ ପାଲଙ୍କ ନାମାଙ୍କନ କାଏମ ରହିଛି। ଏଥିସହ ୬ ଉପସଭାପତି, ୨ ଯୁଗ୍ମ ସଂପାଦକ, ୧୧ ପରିଷଦ ନାଁ ମଧ୍ୟ ଚୂଡ଼ାନ୍ତ ହୋଇଛି।
ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ(ଓଓଏ) ନିର୍ବାଚନରେ ସମୀର ମହାନ୍ତି ହେବେ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନର ସଭାପତି ହେବା ନିଶ୍ଚିତ। ସମୀର ମହାନ୍ତି ହେଉଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି। ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ସାରିଥିବା ବେଳେ, ଆଜି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉଭୟ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ବସିବ ଓଓଏର ସାଧାରଣ ପରିଷଦ ବୈଠକ। ବୈଠକରେ ଆନୁଷ୍ଠାନିକ ଭାବେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା।