ଆସନ୍ତା ବୁଧବାର ନୂଆଁଖାଇ ପାଳିବ ସାରା ପଶ୍ଚିମ ଓଡିଶା । ଏଥିପାଇଁ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି । ସ୍ଥାନୀୟ ବାସିନ୍ଦାଙ୍କ ଦାବି ଅନୁସାରେ ୨୧ ତାରିଖକୁ ଆରଡିସି ଛୁଟି ଘୋଷଣା କରିଛନ୍ତି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ଏହି ଘୋଷଣା କରିଛନ୍ତି । ସମ୍ବଲପୁର, ବରଗଡ ଜିଲ୍ଲା ସମେତ ସୁନ୍ଦରଗଡ ସଦର ସବ୍ଡିଭିଜନକୁ ଛୁଟି ଘୋଷଣା କରାଯାଇଛି ।ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ, ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡ ପାଇଁ ଆସନ୍ତା ସେପ୍ଟେମ୍ବର ୨୧ ତାରିଖ (ଗୁରୁବାର) ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି । ଘୋଷଣା ପରେ ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ମାଁ ସମଲେଶ୍ୱରୀ ମନ୍ଦିରରେ ସଫେଇ କାମ ଓ ପାର୍ଶ୍ବ ଦେବାଦେବୀଙ୍କ ସିନ୍ଦୁର ଲଗା କାମ ସାରିଛନ୍ତି ପୂଜକ । ମନ୍ଦିର ପରିସରରେ ଥିବା ଛିନ୍ନମାତା, ମଙ୍ଗଳା, ଦୁର୍ଗା, ଗଣେଶ, ନରସିଂହ ପ୍ରଭୃତିଙ୍କୁ ସିନ୍ଦୁର ଲଗା କାମ ସରିଛି ।
ଅଧିକ ପଢନ୍ତୁ,ହୀରାକୁଦ ଜଳଭଣ୍ଡାରରେ ବନ୍ଦ କରାଗଲା ୪ଟି ଗେଟ୍