ହୀରାକୁଦ ଜଳଭଣ୍ଡାରରେ ବନ୍ଦ କରାଗଲା ୪ଟି ଗେଟ୍ । ସୂଚନା ଅନୁସାରେ , ହୀରାକୁଦ ଜଳଭଣ୍ଡାରରେ ୨୬ଟି ସ୍ଲୁଇସ୍ ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା । ହେଲେ ଗତକାଲି ୪ଟି ଗେଟ୍ କୁ ବନ୍ଦ କରାଗଲା ।
ଫଳରେ ୨୨ଟି ଗେଟ୍ ରେ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ସ୍କୁଲ ୱେରେ ୧୨ଟି ଓ ଡାହାଣ ସ୍କୁଲ ୱେରେ ୧୦ଟି ଗେଟ୍ ଖୋଲା ରହିଛି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୨୮ ଫୁଟ ରହିଥିଲା । ଜଳଭଣ୍ଡାର ମଧ୍ୟକୁ ପ୍ରତିସେକେଣ୍ଟରେ ୪ ଲକ୍ଷ ୪୫ ହଜାର ୧୭୬ ଘନପୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୫୭ ହଜାର ୮୮୫ ଘନପୁଟ ବନ୍ୟାଜଳ ନିଷ୍କାସିତ ହେଉଛି । ସ୍କିଲ ୱେରେ ପ୍ରାୟ ୪ ଲକ୍ଷ ଘନଫୁଟ, ପାୱାର ଚ୍ୟାନେଲରେ ୩୦ ହଜାର ୬୭୦ ଘନପୁଟ, ଜଳସେଚନକୁ ୩ ହଜାର ୩୬୬ ଘନପୁଟ, ଶିଳ୍ପକୁ ୨୫୭ ଘନଫୁଟ ଜଳ ନିଷ୍କାସିତ ହେଉଛି । ସୂଚନା ଯୋଗ୍ୟ, ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲିଥିଲା । ମୋଟ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା । ହୀରାକୁଦରେ ସମୁଦାୟ ୨୬ ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା । ବାମ ପଟରୁ ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍ ଖୋଲାଯାଇଛି । ସେହିପରି ଗତ ବୁଧବାର ଦିନ ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୬୨୮.୫୮ ଫୁଟ୍ରେ ପହଞ୍ଚିଥିଲା ।
ଆଗକୁ ପଢନ୍ତୁ :- ବଢ଼ୁଛି ହୀରାକୁଦ ଡ୍ୟାମର ଜଳସ୍ତର : ଖୋଲିଲା ୨୬ଟି ଗେଟ୍