କଟକ: କଟକ ବଡ଼ ମେଡିକାଲରୁ ବଡ଼ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ତାରରେ ଝୁଲୁଛି ରୋଗୀଙ୍କୁ ଦିଆଯାଇଥିବା ସାଲାଇନ୍ ବୋତଲ । ସାଲାଇନ୍ ବୋତଲ ରଖିବା ପାଇଁ ଷ୍ଟାଣ୍ଡ ନଥିବାରୁ ତାରରେ ବିପଦଜନକ ଭାବେ ଏହା ଝୁଲାଇ ଦିଆଯାଇଛି । ଏସସିବି ମେଡ଼ିକାଲର ସର୍ଜରୀ ୱାର୍ଡରୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ତେବେ ଏହି ଅବ୍ୟବସ୍ଥାର ଚିତ୍ରକୁ ଜଣେ ରୋଗୀଙ୍କ ସମ୍ପର୍କୀୟ ଲୋକଲୋଚନକୁ ଆଣିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଆଗକୁ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଏବେ ଏହି ଅବ୍ୟବସ୍ଥା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ସେପଟେ ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସଫେଇ ରଖିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ନିଜ ଦୋଷ ଲୁଚାଇବାକୁ ଯାଇ ମେଡିକାଲକୁ ଅତ୍ୟଧିକ ରୋଗୀ ଆସୁଥିବା ଏହାର କାରଣ ବୋଲି କହି ସଫେଇ ଦେଇଛନ୍ତି।