ଜାତୀୟ ରାଜପଥରେ ଲୁଟ ଉଦ୍ୟମ । ମାତିଛନ୍ତି ଲୁଟେରା । ଆତଙ୍କ ଖେଳାଇଛି କଳା ପଲ୍ସର୍ । ମହିଳାଙ୍କୁ ଗୁଳିମାଡ କରି ବେକରୁ ସୁନା ଚେନ ଲୁଟ ଉଦ୍ୟମ । ଦିନକୁ ଦିନ ଲୁଟେରାମାନେ ଆତଙ୍କ ଖେଳାଇବାରେ ଲାଗିଛନ୍ତି । ପୋଲିସଙ୍କୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଲୁଟେରା । ଏଭଳି ଘଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ ।
ସୂଚନା ଅନୁଯାୟୀ,୫୭ନ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଘମାରି ବାଙ୍କୀ ରାସ୍ତାରେ ବାଇକ ଯୋଗେ ସ୍ୱାମୀ,ସ୍ତ୍ରୀ ଓ ତାଙ୍କ ପିଲାଙ୍କ ସହ ଯାଉଥିଲେ । ବାଙ୍କୀରୁ ସାରୁଅ ବାଇକ୍ ଯୋଗେ ଆସୁଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ । ଏହାପରେ ଦୁର୍ବୁତ୍ତ ତାଙ୍କଠାରୁ ସୁନା ଚେନ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ମହିଳାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ସେ ପାଟି କରିଥିଲେ । ତାଙ୍କ ପାଟି ଶୁଣି ଲୁଟେରା ସେଠାରୁ ଖସି ପଳାଇଥିଲେ । ତେବେ ଗୁଳିମାଡରେ ଦମ୍ପତ୍ତିଙ୍କ ଯୌନାସି କ୍ଷୟକ୍ଷତି ହୋଇ ନାହିଁ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।