ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ପୋଲିସକୁ ମିଳିଲା ବଡ ସଫଳତା। ଟିଟିଲାଗଡ ଥାନା ପୋଲିସ ଟିଟିଲାଗଡ ନିକଟସ୍ଥ କୁମୁଡ଼ା ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଏହାସହିତ ଏଥିରେ ସମ୍ପୃକ୍ତ ଥିବା ୨୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କୁମୁଡ଼ା ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ତେବେ ପୋଲିସ ସେଠାରେ ନଅ ଟି ବାଇକ୍,ନଗଦ ଏକ ଲକ୍ଷ ୭୮ ହଜାର ୬୪୧ ଟଙ୍କା ଓ ୨୧ ଗୋଟି ମୋବାଇଲ ଫୋନ୍ ସହ ପାଞ୍ଚଟି ତାସ ପ୍ୟାକେଟ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର,ଥାନା ଅଧିକାରୀ ଅବନୀ ସାହୁ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଏବାବଦରେ ସମସ୍ତ ତଥ୍ୟ ଦେଇଛନ୍ତି।