ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାର ମେଡିକାଲରୁ ନବଜାତ ଶିଶୁପୁତ୍ରକୁ ଚୋରି ଘଟଣାରେ ଗୁରୁବାର ସମ୍ବଲପୁର ପୋଲିସ ପକ୍ଷରୁ ଶିଶୁପୁତ୍ର ଉଦ୍ଧାର ସହ ଏହି ଘଟଣାରେ ପର୍ଦ୍ଦାଫାସ କରିଥିଲା । ଅନ୍ୟପକ୍ଷରେ ଏବେ ସବୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଭିମସାର ମେଡିକାଲରୁ କଣ ପାଇଁ ଏକ ନବଜାତ ଶିଶୁପୁତ୍ରକୁ ଜଣେ ଅଜଣା ମହିଳା ଚୋରି କରିକି ନେଲା। ଏହାସହ ମହିଳା ଙ୍କ ଶିଶୁ ପୁତ୍ର ଚୋରି କରିବାର ପ୍ରକୃତ ଉଦ୍ଦେଶ୍ୟ କଣଥିଲା ।
ତେବେ ଏହି ସବୁ ପ୍ରଶ୍ନ ଓ କାରଣକୁ ନେଇ ସମ୍ବଲପୂର ଜିଲ୍ଲା ଅତିରିକ୍ତ ଏସପି ହରେଶ ପାଣ୍ଡେ ଆଜି ମୁହଁ ଖୋଲିଛନ୍ତି। ଏହି ବହୁ ଚର୍ଚ୍ଚିତ ଭିମସାର ମେଡିକାଲରୁ ଶିଶୁ ପୁତ୍ରକୁ ଚୋରି ଘଟଣାର ପ୍ରକୃତ ସତ୍ୟାସତ୍ୟ ଓ କାରଣକୁ ନେଇ ସମ୍ବଲପୂର ଜିଲ୍ଲା ଅତିରିକ୍ତ ଏସପି ହରେଶ ପାଣ୍ଡେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଅତିରିକ୍ତ ଏସପି ନିଜ କାର୍ଯ୍ୟାଳୟରେ ଆଜି କହିଛନ୍ତି ଯେ ଭିମସାର ମେଡିକାଲରୁ ଶିଶୁ ପୁତ୍ରକୁ ଚୋରି ଘଟଣାରେ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ସଂପୃକ୍ତ ଥି୍ଲେ ।
ତେବେ ଶିଶୁ ପୁତ୍ର ଚୋରି କରିଥିବା ମହିଳାଙ୍କ କୌଣସି ସନ୍ତାନ ନଥିବାରୁ ମହିଳା ଜଣକ ନିଜ ସ୍ୱାମୀସହ ମିଶି ଭିମସାର ମେଡିକାଲ ରୁ ନବଜାତ ଶିଶୁପୁତ୍ରକୁ ଚୋରି କରିଥିଲେ। ତେବେ କେଉଁ ପରିସ୍ଥିତିରେ ମେଡିକାଲ ରୁ ଶିଶୁ ପୁତ୍ର କୁ ମହିଳା ଜଣକ ଅତି ଚତୁରତାର ସହ ଯୋଜନା କରି ଚୋରି କରିଥିଲା ଓ ଶିଶୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କ ପୁର୍ବ ଇତିହାସ ନେଇ ଅତିରିକ୍ତ ଏସପି ଗଣମାଧ୍ୟମକୁ ଆଜି ସୂଚନା ଦେଇଛନ୍ତି। ଏହି ଘଟଣାରେ ଶିଶୁ ପୁତ୍ର ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କୀ ପୋଲିସ ଗିରଫ ମଧ୍ୟ କରି କୋର୍ଟଚାଲାଣ କରିଥିବା ନେଇ ଅତିରିକ୍ତ ଏସପି ସୂଚନା ଦେଇଥିଲେ।