ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମୁଦ୍ରକ ଘୂଣ୍ଣ ବଳୟ ବାତ୍ୟା ରୂପ ନେଇଛି ଏହି ବାତ୍ୟା ରେମଲ ଗତ ୬ ଘଣ୍ଟାରେ ଘଣ୍ଟାକୁ ୧୨ କିଲୋମିଟର ବେଗରେ ଉତ୍ତର ଦିଗରେ ଅଗ୍ରସର ହେଉଛି। ଏହା ପଶ୍ଚିମବଙ୍ଗର ସାଗର ଦ୍ଵୀପର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୩୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।
ଉତ୍ତର ବଙ୍ଗୋପସାଗରରେ ଏହା ଆଜି ଭୀଷଣ ବାତ୍ୟାରେ ପରିଣତ ହୋଇଛି। ମଝି ରାତିରେ ଏହା ସାଗର ଦ୍ଵୀପ ଏବଂ ବାଂଲାଦେଶର ଖେପୁପୁରା ମଧ୍ୟରେ ଲ୍ଟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାକୁ ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିପାରେ ଏବଂ ପ୍ରବଳ ବର୍ଷା ହୋଇପାରେ।
 
ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ସତର୍କ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ଉପକୂଳବର୍ଷି ଜିଲ୍ଲାରେ ପ୍ରବଳ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଏଥିପାଇଂ କୋଲକାତା ବିମାନ ବନ୍ଦରରୁ ବିମାନ ଉଡ଼ାଣ ୯ ଘଣ୍ଟା ପାଇଁ ବନ୍ଦ ରଖାଯିବ । ପଶ୍ଚିମବଙ୍ଗକୁ ୧୨ ଏନଡିଆରଏଫ ଟିମ୍ ପଠାଯାଇଛି।
ଅଧିକା ପଢନ୍ତୁ : ଆଜି ସୃଷ୍ଟିହେବ ବାତ୍ୟା : ଭିଜିବ ଉତ୍ତର ଉପକୂଳ ଓଡିଶା