ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ପରିଚିତ । ବର୍ତମାନ ଏହା ନିଜର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଚଳିତବର୍ଷ ଅଗଷ୍ଟ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ରିଲାଏନ୍ସ ଜିଓ ସହ ଯୋଡ଼ି ହୋଇଛନ୍ତି ବୋଲି ଟ୍ରାଇ ପକ୍ଷରୁ ଗତ ଗୁରୁବାର ଦିନ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।
ଏହା ସହିତ ଓଡ଼ିଶାରେ ଚଳିତ ବର୍ଷ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ଜିଓ ସହ ସର୍ବାଧିକ ୧.୪୪ କୋଟି ମୋବାଇଲ ଗ୍ରାହକ ଯୋଡି ହୋଇଛନ୍ତି । ସେହିପରି ରାଜ୍ୟରେ ୨.୪୫ ଲକ୍ଷରୁ ଉର୍ଦ୍ଧ୍ୱ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସହିତ ଉଭୟ ଓୟାରଲେସ୍ ଏବଂ ୱୟାରଲାଇନ୍ କ୍ଷେତ୍ରରେ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ କରିଛି । ଟ୍ରାଇ (ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ) ଙ୍କ ଦ୍ଵାରା ଗତ ଗୁରୁବାର ଦିନ ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତାଙ୍କ ତଥ୍ୟ ଅନୁଯାୟୀ, ୨୦୨୩ ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୨୮,୦୦୦ରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକଙ୍କ ସହ ୭୦୦୦ରୁ ଅଧିକ ନୂତନ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି । ଏହି ସମୟରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୪୬,୦୦୦ ବୃଦ୍ଧି ହୋଇଛି । ତା ସହ ଓଡ଼ିଶାରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୩.୩୬ କୋଟିରୁ ଅଧିକ ହୋଇଛି । ୨୦୨୩ ଅଗଷ୍ଟ ମାସରେ ଜାତୀୟ ସ୍ତରରେ ଜିଓ ସର୍ବାଧିକ ମୋବାଇଲ୍ ଗ୍ରାହକ ଯୋଡ଼ିଛି ।
ଅନ୍ୟପଟେ ଜିଓ ନେଟୱାର୍କରେ ୩୨.୪୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଗ ଦେଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ ଦେଶରେ ଜିଓର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୪୪.୫୭ କୋଟିରେ ପହଞ୍ଚିଛି । ସାରାଦେଶରେ ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ୧.୭୮ ଲକ୍ଷରୁ ଅଧିକ ଜିଓଫାଇବର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡ଼ିଥିବା ବେଳେ ଦେଶରେ ମୋଟ ଜିଓ ଫାଇବର ଗ୍ରାହକଙ୍କ ସଂଖ୍ୟା ୧.୦୩ କୋଟିରୁ ଅଧିକ ହୋଇଛି ।ଏକ ରିପୋର୍ଟ ମୁତାବକ , ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ହେଉଛି ରିଲାଏନ୍ସ ଜିଓ । ଏହା ଶିଳ୍ପରେ ସର୍ବାଧିକ ୪୩ ପ୍ରତିଶତ ଗ୍ରାହକ ବଜାର ଅଂଶ ଓ ରାଜସ୍ୱ ବଜାର ଅଂଶ ୫୨ ପ୍ରତିଶତ ରହିଛି ।ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ ଓଡ଼ିଶାରେ ଦ୍ରୁତ ଗତିରେ ନିଜର ଟ୍ରୁ-୫ଜି ନେଟୱାର୍କକୁ ସମ୍ପ୍ରସାରଣ କରୁଛି । ରାଜ୍ୟର ସମସ୍ତ ଜିଲ୍ଲାରେ ୫ଜି ନେଟୱାର୍କ ଉପଲବ୍ଧ କରାଇଥିବା ଏହା ପ୍ରଥମ ଟେଲିକମ ଅପରେଟର ଅଟେ । ଜିଓ ହେଉଛି ଏକମାତ୍ର ସେବା ପ୍ରଦାନକାରୀ ଯିଏ ପ୍ରିମିୟମ ୭୦୦ ମେଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ୍ ହାସଲ କରିଛି । ଯାହାକୁ ୫ଜି ନେଟୱାର୍କ ନିୟୋଜନ ପାଇଁ ଅଧିକ ଉପଯୁକ୍ତ ବୋଲି ବିବେଚନା କରାଯାଉଛି ।
ସାରା ରାଜ୍ୟରେ ଟ୍ରୁ-୫ଜି ସୁବିଧା ପହଞ୍ଚାଇବା ଲାଗି ଜିଓ ସର୍ବାଧିକ ସଂଖ୍ୟକ ୫ଜି ବିଟିଏସ୍ ବ୍ୟବସ୍ଥା କରିଛି । ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବିପୁଳ ପରିବର୍ତ୍ତନଶୀଳ ସମ୍ଭାବନାକୁ ଉପଯୋଗ କରି ଜିଓ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ପରିସରଗୁଡିକରେ ଜିଓ ଟ୍ରୁ-୫ଜି ରୂପାନ୍ତରଣ ଯାତ୍ରା ଆରମ୍ଭ କରିଛି । ବହୁତ ଦ୍ରୁତ ଓ ବିଶ୍ୱସନୀୟ ସଂଯୋଗ ପ୍ରଦାନ କରି ଜିଓ ଟ୍ରୁ-୫ଜି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଏକ ଉନ୍ନତ ଶିକ୍ଷଣୀୟ ଅନୁଭୂତିକୁ ସକ୍ଷମ କରିଛି । ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ସଶକ୍ତ କରିଛି । ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନ ଏହି ଜ୍ଞାନକୌଶଳକୁ ଗ୍ରହଣ କରୁଛନ୍ତି । ଏହା ଶିକ୍ଷା କ୍ଷେତ୍ରରେ ଦେଶର ବିପ୍ଳବ ଆଣିବାର କ୍ଷମତା ରଖିଥିବା ବେଳେ ଜ୍ଞାନ ଆଦାନପ୍ରଦାନ, ନବସୃଜନ, ଉଦ୍ଭାବନ ଏବଂ ସହଯୋଗ ପାଇଁ ଏକ ସଠିକ ମାର୍ଗ ହେବ ।
ସାରା ଭାରତରେ କ୍ୟାମ୍ପସଗୁଡିକୁ ଡିଜିଟାଲ କରିବା ପାଇଁ ଜିଓର ପ୍ରତିବଦ୍ଧତା ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦରକାର । ଯାହା ପରବର୍ତ୍ତୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ମନୋଭାବକୁ ପ୍ରଦର୍ଶିତ କରୁଛି ।
ଆଗକୁ ପଢନ୍ତୁ :- ରାଜଧାନୀରେ ଭାବଗତ ଟୁଙ୍ଗୀ ପାଇଁ ବାଧକ ସାଜିଛି ବିଏମ୍ସି