ଭୁବନେଶ୍ୱର: ବିନା ଅନୁମତିରେ ଏବଂ ସରକାରୀ ପ୍ରକ୍ରିୟା ଅନୁସରଣ ନ କରି ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା ମାମଲାରେ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ସରକାର ୫ ଜଣିଆ ସଚିବ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଉତ୍ପନ୍ନ ହୋଇଥିବା ଅଭିଯୋଗର ଯାଞ୍ଚ କରିବେ ।
ଅର୍ଥ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଯାଞ୍ଚ କମିଟି ଗଠନ କରାଯାଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ, ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ ଏବଂ ଅନୁସୂଚିତ ଜାତି ଓ ଜନଜାତି ଉନ୍ନତି ବିଭାଗ ଆୟୁକ୍ତ ତଥା ସଚିବ ଏହି କମିଟିରେ ସଦସ୍ୟ ରହିଛନ୍ତି । ଉକ୍ତ କମିଟି କମିଟି ଓଡ଼ିଶା ଗ୍ରୁପ-'ଖ' ପଦବୀ (ଚୁକ୍ତିମୂଳକ ନିଯୁକ୍ତି) ନିୟମ, ୨୦୧୩ ଏବଂ ଓଡ଼ିଶା ଗ୍ରୁପ-'ଗ' ଏବଂ ଗ୍ରୁପ-'ଘ' ପଦବୀ (ଚୁକ୍ତିମୂଳକ ନିଯୁକ୍ତି) ନିୟମ, ୨୦୧୩ ପ୍ରଣୟନ ପୂର୍ବରୁ ଯେଉଁ ମାମଲାଗୁଡ଼ିକରେ ନିର୍ଦ୍ଧାରିତ ନିଯୁକ୍ତି ପ୍ରକ୍ରିୟା ଅନୁସରଣ ନକରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଞ୍ଜୁରୀପ୍ରାପ୍ତ ଏବଂ ଅଣ-ମଞ୍ଜୁରିତ ପଦବୀ ପାଇଁ ନିଯୁକ୍ତି ଦିଆଯାଇଛି ସେଗୁଡ଼ିକର ଯାଞ୍ଚ କରିବ । କମିଟି ଯାଞ୍ଚ କରିବା ପରେ ସମସ୍ୟାଗୁଡ଼ିକ ଉପରେ ବିଚାର ବିମର୍ଶ କରିବ ଏହି ପ୍ରସଙ୍ଗରେ କଣ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ ପରାମର୍ଶ ଦେବ।