ଓଡ଼ିଶାରେ ରେକର୍ଡ : ରାଜ୍ୟରେ ପୁଣି ୧୭୩ କରୋନା ପଜିଟିଭ ଚିହ୍ନଟ, ଓଡ଼ିଶାରେ ୨୭୮୧ କୁ ବୃଦ୍ଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
Khabar Odisha:Record-number-of-Corona-test-in-Odisha-today
ଭୁବନେଶ୍ୱର, ଜୁନ ୬ ( ଖବର ଓଡ଼ିଶା):

 ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।   ଓଡ଼ିଶାରେ ଆଉ ୧୭୩ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।  ୨୭୮୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ଚିହ୍ନଟ ୧୪ ଜିଲ୍ଲାରୁ ୧୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୬୪, ଯାଜପୁର ୧୯, କଟକ ୧୩, ମୟୂରଭଞ୍ଜ ୧୩ , ବଲାଙ୍ଗୀର ଓ ବାଲେଶ୍ଵର ଜିଲ୍ଲାରେ ୧୧ ଜଣ ଲେଖାଏଁ, ଗଜପତି ୧୦, ଖୋର୍ଦ୍ଧା ୯, ନୂଆପଡ଼ା ୮ , ନୟାଗଡ ୭ ଜଣ ଚିହ୍ନଟ । ସେହିପରି  ଭଦ୍ରକ ଜିଲ୍ଲାର ୪, କଳାହାଣ୍ଡି ୨, ପୁରୀ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦  ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୨୩ ଜଣ ସ୍ଥାନୀୟ ଲୋକ। ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ କୁ ବୃଦ୍ଧି ପାଇଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୭ ଜଣ ଚିକିତ୍ସାଧୀନ ଥିବାବେଳେ ୧୬୦୪ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୮ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment