ଢେଙ୍କାନାଳ : ଢେଙ୍କାନାଳରେ ଲଜ୍ଜା। ଜଣେ ୨୨ ବର୍ଷିୟା ଯୁବତୀଙ୍କୁ ମାସାଧିକାଳ ଗଣ ଦୁଷ୍କର୍ମ ଅଭିଯୋଗ । ୭ମାସର ଗର୍ଭବତୀ ପୀଡିତା ମହିଳା। ଏଭଳି ଏକ ଲଜ୍ୟା ଜନକ ଘଟଣା ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଘଟିଛି ।
ସୂଚନା ଅନୁଯାୟୀ ପୀଡିତା ମହିଳା ଜଣକ ଜଣେ ମାନସିକ ବିକାରଗ୍ରସ୍ତ ଥିଲେ। କିଛି ଦିନ ହେବ ସେ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରେ ବାପାଙ୍କ ସହ ରହୁଥିଲେ । ତେବେ ପ୍ରତ୍ୟେକ ଦିନ ରାତ୍ରି ସମୟରେ ପାଞ୍ଚରୁ ଅଧିକ ଯୁବକ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରୁଥିବାର ଅଭିଯୋଗ ହୋଇଛି। ପୀଡିତା ଯୁବତୀଙ୍କୁ ସଖୀ କେନ୍ଦ୍ର ପକ୍ଷରୁ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ଢେଙ୍କାନାଳ ପୋଲିସ ତଦନ୍ତ ଜାରି ରଖିଛି।