ମହା ଆଡ଼ମ୍ବରସହ ପାଳନ ହେଲା ରାମନବମୀ । ରାମନାମରେ ପରିପୂର୍ଣ୍ଣ ଚତୁଃର୍ଦିଗ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ରାମ ନବମୀ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି । ରାମନବମୀ ଅବସରରେ ସାରା ଭାରତ ବର୍ଷରେ ସମସ୍ତ ମନ୍ଦିର ରାମମୟ ହୋଇଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନାମ ଧରି ସମସ୍ତେ ଭକ୍ତିରେ ବିମୋହିତ ହୋଇଯାଇଛନ୍ତି । ଓଡ଼ିଶାର ବିଭିନ୍ନ ମନ୍ଦିରରେ ରାମନବମୀ ପାଳନ କରାଯାଇଥିଲା ବେଳେ ଢେଙ୍କାନାଳରେ ମଧ୍ୟ ମହା ଆଡ଼ମ୍ବରସହ ରାମନବମୀ ପାଳନ କରାଯାଇଛି ।
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଶ୍ରୀରାମ ନବମୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ନୀତିକ୍ରାନ୍ତି ଓ ବିଧି ମୁତାବକ ପୂଜାର୍ଚ୍ଚନା ସହ ଯଜ୍ଞ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଥିଲା ପ୍ରଭୁ ଶ୍ରୀରାମଙ୍କ ପୀଠ। ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡରେ ପାଳିତ ହୋଇଛି ପ୍ରଭୁ ରାମଚନ୍ଦ୍ରଙ୍କ ଶ୍ରୀରାମ ନବମୀ।
ଅନ୍ୟପଟେ ରାମନାରାରେ କମ୍ପୁଛି ଭଦ୍ରକ ସହର । ଜୟ ଶ୍ରୀରାମ ଧ୍ଵନି ରେ ପ୍ରକମ୍ପିତ ହୋଇଛି ଗାଁ ଦାଣ୍ଡ । ଗେରୁଆମୟ ହୋଇଉଠିଛି ସମଗ୍ର ଅଂଚଳ । ଐତିହାସିକ ଗାନ୍ଧୀପଡିଆରେ ପୂଜା ପାଠ ସହ ଭାବମୟ ପରିବେଶ ।ହନୁମାନ ଚାଳିଶା ପାଠ ସହ ଗାନ୍ଧିପଡ଼ିଆରୁ ବାହାରି ବିଶାଳ ନଗରୀକୀର୍ତ୍ତନ ଯାହାକି ଗ୍ରାମରୁ ସହର ପର୍ଯ୍ୟନ୍ତ ପରିକ୍ରମା କରାଯାଇଛି । ଏହି ଅବସରରେ ସେଠାରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।