ଶ୍ରୀରାମ ନବମୀ ଅବସରରେ ପାରଳାଖେମୁଣ୍ଡି ସହରରେ ବେଶ ଧୁମ ଧାମରେ ଶ୍ରୀରାମ ମହୋତ୍ସବ ପାଳିତ ହୋଇଯାଇଛି। ସାରା ପାରଳାଖେମୁଣ୍ଡି ସ଼ହର ରାମ ନାମରେ ଗୁଂଜରିତ ହୋଇଉଠିଛି । ଏହି ଅବସରରେ ପାରଳାଖେମୁଣ୍ଡି ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ବିଶାଳ ରାଲି ବାହାରି ପାରଳାଖେମୁଣ୍ଡି ସହର ପରିକ୍ରମା କରିବାର ଦେଖିବାକୁ ମିଳିଛି। ଆଜିର ଏହି ପୁଣ୍ୟ ତିଥିରେ ପାରଳାଖେମୁଣ୍ଡିର ସମସ୍ତ ରାମ ଭକ୍ତ ତଥା ବଜରଙ୍ଗଦଳ, ବିଶ୍ବହିନ୍ଦୁ ପରିଷଦ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ଓ ଗୁରୁଜୀ ଗୁରୁମା ଏବଂ ପାରଳାଖେମୁଣ୍ଡିର ଭାରତୀୟ ଜନତା ପାର୍ଟିର ବିଧାୟକ କେ ନାରାୟଣ ରାଓ ଯୋଗଦେଇ ଲୋକଙ୍କ ସହ ରାଲିରେ ସାମିଲ ହୋଇଥିଲେ।