ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ରାଜ୍ୟ । ରାତି ହେଉ ବା ଦିନ କଲବଲ କରୁଛି ତାତି । ଅସହ୍ୟ ହେଲାଣି ତାତି । ଟୁଇନ୍ ସିଟିକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୩ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୪୪ ଦଶମିକ ୧ ସହ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର । ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ସତର୍କ କରାଇଲା ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ହେବ ଗ୍ରୀଷ୍ମ ପ୍ରବାହ । ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖରୁ ତାତି ସାମାନ୍ୟ ହ୍ରାସ୍ ପାଇବ । ୨ ଓ ୩ ତାରିଖ ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ୧୧ଟା ୩୦ ସୁଦ୍ଧା ୪୪ ଡିଗ୍ରୀ ଉପରେ ପାରଦ । ୪୪ ଦଶମିକ ୧ ଡିଗ୍ରୀ ସହ ବାଲଶ୍ୱର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରରେ ୪୩ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ।
ଅଧିକା ପଢନ୍ତୁ:ଅଂଶୁଘାତ ପାଇଁ ଚାଲିଗଲା ଜଣେ ଯୁବକଙ୍କ ଜୀବନ