ଦିଲ୍ଲୀରୁ ଫେରି ହୋମ କ୍ୱାରେଣ୍ଟାଇନରେ ରହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ
Khabar Odisha:Puri-Shankaracharya-home-qyarantine-after-return-delhi
ପୁରୀ, ମାର୍ଚ୍ଚ ୨୪ (ଖବର ଓଡ଼ିଶା):
ଦିଲ୍ଲୀରୁ ଫେରି ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ । ଶଙ୍କରାଚାର୍ଯ୍ୟ ସୋମବାର ରାତିରେ ନିଜର ୧୪ ଜଣ ଶିଷ୍ୟ ଓ ପରିକରଙ୍କ ସହ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ତାଙ୍କୁ ଗୋବର୍ଦ୍ଧନ ମଠରେ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି।

ସୂଚନା ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ମଧ୍ୟ ସୁସ୍ଥ ଅଛନ୍ତି। ପୂଜ୍ୟ ଶଙ୍କରାଚାର୍ଯ୍ୟ ସୋମବାର ସଂଧ୍ୟାରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କାର ଯୋଗେ ପୁରୀସ୍ଥିତ ଗୋବର୍ଦ୍ଧନ ମଠକୁ ପହଞ୍ଚି ଥିଲେ। ଏ ନେଇ ସୂଚନା ଦେଇଛନ୍ତି ଗୋବର୍ଦ୍ଧନ ପୀଠର ମୁଖପାତ୍ର ମନୋଜ ରଥ।

  • Tags:

Subscribe

National International State Sports Entertainment