ଖୁବଶୀଘ୍ର ପୁରୀରୁ ରାଉରକେଲା ଗଡିବ ବନ୍ଦେ ଭାରତ ଟ୍ରେନ । ଆସନ୍ତା ୨୦ ତାରିଖରେ ବନ୍ଦେ ଭାରତ ଟ୍ରେନର ଟ୍ରାଏଲ କରାଯିବ । ସୂଚନା ଅନୁସାରେ, ପୁରୀରୁ ରାଉରକେଲା ମଧ୍ୟରେ ଦୂରତା ପ୍ରାୟ ୫୦୫ କିଲୋମିଟର । ଏହି ଟ୍ରେନ ଆସନ୍ତା ୨୦ ତାରିଖ ସକାଳ ୫ଟାରେ ପୁରୀ ଷ୍ଟେସନରୁ ଛାଡି ଅପରାହ୍ନ ୧୨ ଟା ୪୫ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ । ପୁରୀରୁ ରାଉରକେଲା ଯିବା ମଧ୍ୟରେ ପ୍ରାୟ ୧୦ଟି ଷ୍ଟେସନ ରହିଛି । ଏହି ଷ୍ଟେସନ ସବୁକୁ ଅତିକ୍ରମ କରି ବନ୍ଦେ ଭାରତ ଟ୍ରେନ ରାଉରକେଲାରେ ପହଞ୍ଚିବା ପାଇଁ ୭ ଘଣ୍ଟା ୪୫ ମିନିଟ ସମୟ ନେବ ବୋଲି ସୂଚନା ମିଳିଛି ।
ବନ୍ଦେ ଭାରତ ଟ୍ରେନ ଟ୍ରାୟଲବେଳେ ୬୩.୩୩ କିଲୋମିଟରରୁ ୬୫.୧୬ କିଲୋମିଟର ସ୍ପିଡରେ ଯାତ୍ରାକରିବ । ଗତ ୧୨ ତାରିଖରେ ପୁରୀରୁ ତାଳଚେର ମଧ୍ୟରେ ଟ୍ରେନ ଟ୍ରାଏଲ କରିଥିଲା । ପୂର୍ବାହ୍ନ ୯ ଟାରେ ପୁରୀରୁ ବାହାରି ତାଳଚେରରେ ଅପରାହ୍ନ ୧୨ଟା ୪୫ରେ ପହଞ୍ଚିଥିଲା । ପୁରୀରୁ ରାଉରକେଲା ଓ ତାଳଚେର ଯିବା ପାଇଁ ହେବା ସହଜ ବ୍ୟବସ୍ଥା ।
ଆଗକୁ ପଢ଼ନ୍ତୁ : ଗଣେଶ ପୂଜାରେ ବଜାରରେ ବୁଲିଲା ଖଣ୍ଡା