ଭୁବନେଶ୍ୱର: ଓଡିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆସନ୍ତା ୧୫ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ରାଉରକେଲା ଆସି ପାରନ୍ତି ବୋଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲାରେ ଆୟୋଜିତ ‘ଜନଜାତି ଗୌରବ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି।
ନଭେମ୍ବର ୧୫ ତାରିଖରେ ସହିଦ ବୀରସା ମୁଣ୍ଡାଙ୍କ ଜନ୍ମତିଥି। ଏହି ଅବସରରେ ଏକ ବର୍ଷବ୍ୟାପୀ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିପାରନ୍ତି। ଏହା ୧୫ରୁ ଆରମ୍ଭ ହୋଇ ଏକ ବର୍ଷ ଯାଏ ଚାଲିବ। ଜନଜାତି ଗୌରବ ଦିବସ କାର୍ୟ୍ୟ କ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରି ପାରନ୍ତି। ତେବେ ପିଏମଙ୍କ ଏହି ଗସ୍ତ ଚୂଡାନ୍ତ ହୋଇନି । କିନ୍ତୁ ଆମେ ଆଶାବାଦୀ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ଗତ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ୱର ଆସିଥିଲେ। ତେବେ ଚଳିତ ନିର୍ବାଚନୀ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାକୁ ମାରାଥନ ଗସ୍ତ କରିଥିଲେ ।