ସମ୍ବଲପୁରର ଡାଇରିଆ ସ୍ଥିତିରେ ସୁଧାର ଆଣିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ RTRC ସଭାଗୃହ ଠାରେ କରାଯାଇଥିଲା । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର,ଏଡିଏମ୍ଓ ଡାକ୍ତର ଅଶୋକ ଦାଶ ପ୍ରମୁଖ ଯୋଗଦେଇ ଡାଇରିଆର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ସମ୍ବଲପୁର ସହରରେ ଗତ ଏକ ମାସ ମଧ୍ୟରେ ମାତ୍ର ୩୪ ଗୋଟି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିଗୋଚର ହୋଇଥିଲା ।
ଏହା ମାସକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଡାଇରିଆ ଜନିତ ରୋଗ ଏକ ସାମାନ୍ୟ ରୋଗ ଅଟେ । ଏଥିରେ କୈାଣସି ଭୟଭୀତ ହେବାର ନାହଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଲୋକଙ୍କୁ ସତର୍କତାର ସହିତ ରହିବ ପାଇଁ ମଧ୍ୟ କୁହାଯାଇଥିଲା । ପାଣି ଫୁଟାଇ ପିଇବା ସ଼ହ ହାତ ଧୋଇ ଖାଇବା ପାଇଁ କୁହାଯାଇଥିଲା । ଏପରିକି ବାହାର ଖାଦ୍ୟ ନ ଖାଇବାକୁ ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅପିଲ କରିଥିଲେ ବୋଲି ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ପୋଖରୀରେ ବୁଡି ଯୁବକ ନିଖୋଜ