ଅଂଶୁଘାତର ଶିକାର ହେଲେ ପ୍ରିଜାଇଡିଂ ଅଫିସର । ଶନିବାର ଦେଓଗଡ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁଥିବା ସମୟରେ ଅଂଶୁଘାତରେ ଶିକାର ହେଲେ ପ୍ରିଜାଇଡିଂ ଅଫିସର ।
ଦେଓଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ତୁହିଲାମlଲ୍ ଗ୍ରାମ ପଞ୍ଚାୟତର ବୁଥ ନମ୍ବର ୧୯୩ରେ ପ୍ରିଜାଇଡିଂ ଅଫିସର ଯଦୁମଣି ସାହୁ ଅଂଶୁଘାତ ଶିକାର ହେଇଥିବା ସୂଚନା ମିଳିଛି । ସକାଳ ୭ଟାରୁ ଆରମ୍ଭ ହୋଇ ସୁରୁଖୁରରେ ମତଦାନ ଚାଲୁଥିବା ବେଳେ ହଠାତ ଦିନ ଗୋଟାଏ ସମୟରେ ଅଚେତ ହୋଇଯାଇଥିଲେ କାର୍ଯ୍ୟରତ ଅଫିସର ।
ତୁରନ୍ତ ଛତାବରର ଡାକ୍ତର ଝସକେତନ ପ୍ରଧାନଙ୍କ ଟିମ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଫିସର ଙ୍କୁ ଉଦ୍ଧାର କରି ଛତlବର ମେଡ଼ିକାଲକୁ ନେଇ ଚିକିତ୍ସା କରିଥିଲେ ।ବର୍ତ୍ତମାନ ସୁଦ୍ଧା ଅଫିସ୍ ର ମେଡ଼ିକାଲରେ ସୁସ୍ଥ ଥିବା ସୁଚନା ଦେଇଥିବା ଜଣାପଡିଛି । ଡାକ୍ତର ପ୍ରଧାନଙ୍କ କହିବା କଥା ଅତ୍ୟଥିକ ଖରା ଗୁଳୁଗୁଳି ହେତୁ ଏପରି ହୋଇଥିବା ସେ କହିଛନ୍ତି ।
ଅଧିକ ପଢନ୍ତୁ :ବିଦ୍ୟୁତ ଆଘାତରେ ମହିଳା ମୃତ