ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ବଡ଼ ବୟାନ, ଏକଜିଟ୍ ପୋଲ ଭୁଲ ହୋଇପାରେ ମାତ୍ର ସବୁ ବେଳେ ନୁହେଁ
Khabar Odisha:Politics-odisha-baijayant-jay-panda-says-exit-polls-can-be-wrong-but-not-all-time
ଭୁବନେଶ୍ଵର,ମେ୨୦(ଖବର ଓଡ଼ିଶା):

 ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୋମବାର ଏକଜିଟ୍ ପୋଲର ଫଳାଫଳ ଉପରେ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ଯେ, ଦେଶର ଜନତାଙ୍କୁ ମେ ୨୩ରେ ଆସିବାକୁ ଥିବା ଫଳାଫଳକୁ  ଅପେକ୍ଷା କରିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ, ଏକଜିଟ୍ ପୋଲ ଭୁଲ ହୋଇପାରେ ମାତ୍ର ସବୁ ସମୟରେ ନୁହେଁ।

ନିର୍ବାଚନ ପୂର୍ବରୁ ବିଜେଡିରୁ ବିଜେପିରେ ଯୋଗ ଦେଇଥିବା ପଣ୍ଡା କହିଛନ୍ତି ଯେ, କିଛି ଏକଜିଟ୍ ପୋଲ ଏଜେନ୍ସି ଦ୍ଵାରା କରାଯାଇଥାଏ, ଯେଉଁଥିରେ ବିଜେଡ଼ି ଗତ ନିର୍ବାଚନ ଜିତୁଥିବା ଘୋଷଣା କରାଯାଇଥିଲା ଏବଂ ଉକ୍ତ ଅନୁମାନ ସଠିକ୍ ସାବ୍ୟସ୍ତ ହୋଇଥିଲା। ଏହି ପରି ଏଥର କିଛି ଏଜେନ୍ସି ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଦର୍ଶାଇଛନ୍ତି। ସେଥିପାଇଁ ଆପଣ ନିଜର ସୁବିଧା ଅନୁସାରେ ଏକଜିଟ୍ ପୋଲକୁ ସ୍ଵୀକାର କରି ପାରନ୍ତି କିମ୍ବା ଖାରଜ ମଧ୍ୟ କରି ପାରନ୍ତି। ନିଶ୍ଚିତ ରୂପେ ଏକଜିଟ୍ ପୋଲ ଭୁଲ ହୋଇପାରେ ମାତ୍ର ମେ ୨୩ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି ବୈଜୟନ୍ତ କହିଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ସିଟରେ ବର୍ତ୍ତମାନ ସାଂସଦ ବୈଜୟନ୍ତ ପଣ୍ଡା ବିଶ୍ଵାସର ସହ କହିଛନ୍ତି ଯେ, ଏନଡିଏ ପୁଣି ଥରେ କ୍ଷମତାକୁ ଆସିବ ଏବଂ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ଦେଶର ଜନତାଙ୍କ ମୋଡ, ଯାହା ବହୁତ ଖୁସି କଥା। 

ଉଲ୍ଲେଖଯୋଗ୍ୟ, ମେ ୧୯ ସନ୍ଧ୍ୟାରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ ମୁତାବକ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ଵରେ ଏନଡିଏ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। କିଛି ଏକଜିଟ୍ ପୋଲ ବିଜେପି ନେତୃତ୍ଵାଧୀନ ଏନଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ଦେଖିବାକୁ ମିଳିଛି। 

Subscribe

National International State Sports Entertainment