କେନ୍ଦୁଝର: କେନ୍ଦୁଝରରେ ପୁଣି ଗର୍ଜିଛି ପୋଲିସ ଗୁଳି । ପୋଲିସକୁ ଚକମା ଦେଇ ଫେରାର ହେବାକୁ ବସିଥିବା ଲୁଟେରାକୁ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକ ଏନକାଣ୍ଟରରେ ଆହତ ହୋଇଛନ୍ତି । ତାକୁ ଧରଣୀଧର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କିଛି ଦିନ ତଳେ ବାଉରିପଦା ପଞ୍ଚାୟତ ପିଇଓଙ୍କ ଠାରୁ ପ୍ରଭାତ ମଲ୍ଲିକ ୮ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିଲା । ଛିନତାଇ ଘଟଣାରେ ଏହି ଅପରାଧି ସମ୍ପୃକ୍ତ ଥିବା ଜାଣି ଟାଙ୍ଗରାଣୀରୁ ପ୍ରଭାତକୁ ପୋଲିସ ଗିରଫ୍ କରିଥିଲା। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରାଯାଇଥିଲା । ବାକି ଟଙ୍କା ସଦର ଥାନା ମହୁଲ ଡିହା ଜଙ୍ଗଲରେ ରଖିଥିବା କହିଥିଲା । ପୋଲିସ ପ୍ରଭାତକୁ ମହୁଲ ଡିହା ଜଙ୍ଗଲକୁ ନେଇ ପଇସା ଉଦ୍ଧାର କରିବା ପାଇଁ କହିଥିଲା । ପ୍ରଭାତ ନାଟକ କରି ଏକ ଗାତରୁ ପଇସା ବାହାର କରିବାକୁ ଯାଇ ଗାତରେ ରଖିଥିବା ଏକ ବନ୍ଧୁକକୁ କାଢ଼ି ପୋଲିସ ଉପରକୁ ଚଳାଇଥିଲା ।
ଏହା ପରେ ଜବାବରେ ପୋଲିସ ଏସ.ଆଇ ଅନୁପ କର ତାକୁ ଏନକାଉଣ୍ଟର କରିଥିଲେ । ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତାକୁ ଉଦ୍ଧାର ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଓ ଡକାୟତି ନଗଦ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ବିଏନଏସ ଓ ଅସ୍ତ୍ର ଆଇନ ଅନୁଯାୟୀ ନୂଆ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।