ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ପାଟଣାଗଡ଼ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ମହେଶ ଶବର, ବଇଁଶୀ ଚନ୍ଦ୍ର ବରିହା, ଉମାକାନ୍ତ ଖିଲାର ଓ ଅଜୟ ଦାସ ।
ସୂଚନା ମୁତାବକ ପାଟଣାଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଦେଖା କରିବାକୁ ଡାକିଥିଲେ । ଯୁବତୀ ଜଣକ ତାଙ୍କୁ ଦେଖା କରିବାକୁ ଯାଇଥିବାବେଳେ ପ୍ରେମିକ ଓ ତାର ୩ ଜଣ ସାଙ୍ଗ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପାଟଣାଗଡ଼ ପୋଲିସ ତଦନ୍ତ କରି ପଣ୍ଡାମୁଣ୍ଡା ଗାଁର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀ।