ଭୁବନେଶ୍ୱର: ଅନ୍ୟାୟ ଶିକାର ହୋଇଛନ୍ତି ଖୋଦ ନ୍ୟାୟମୂର୍ତ୍ତୀ । ଅନ୍ୟକୁ ନ୍ୟାୟ ଦେଉଥିବା ନ୍ୟାୟମୂର୍ତ୍ତୀ ସହିଛନ୍ତି ଯୌତୁକ ନିର୍ଯ୍ୟାତନା । ଭୁବନେଶ୍ୱରରେ ଜଣେ ମହିଳା ବିଚାରପତିଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଛି । ଏହାପରେ ଅଭିଯୁକ୍ତ ସ୍ୱାମୀ ଏସ୍.କେ ଇଜାଜୁର ରେହମାନ ଗିରଫ ହୋଅଛନ୍ତି । ସେ ବାପୁଜୀନଗରର ବାସିନ୍ଦା ଅଟନ୍ତି ।
ଜନୈକା ମହିଳା ବିଚାରପତିଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦିଆଯାଇଛି । ପ୍ରଥମେ ସେ ଘର କଳି ଘର ଭିତରେ ରଖି ସମାଧାନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସ୍ୱାମୀ ଏସ୍.କେ ଇଜାଜୁର ରେହମାନଙ୍କ ଅତ୍ୟାଚାର ବଢ଼ିଚାଲିଥିଲା । ସ୍ୱାମୀ ମହିଳା ବିଚାରପତିଙ୍କୁ ମାଡ଼ ମାରିବା ସହିତ ବାରମ୍ବାର ଯୌତୁକ ଆଣିବାକୁ ଦାବି କରିଥିଲେ । ଶେଷରେ ବିଚାରପତି ଜଣକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମାମଲାରୁ ଗମ୍ଭୀରତାର ସହିତ ଗ୍ରହଣ କରି ତଦନ୍ତ କରିଥିଲା । ରେହମାନଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ରେହମାନଙ୍କୁ ପୋଲିସ କୋର୍ଟରେ ହାଜର କରିବା ପରେ ସେ ଜେଲ୍ ଯାଇଛନ୍ତି ।