ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ନିର୍ବାଚନ କମିଶନର ଆଜି ପୁରୀ ଜିଲ୍ଲା ଗସ୍ତ କରି ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନୀ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ପିପିଲି ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କ ସହ ଆଲୋଚନା କରିଥିଲେ।
ଗସ୍ତ ସମୟରେ ନୂଆ ଭୋଟରଙ୍କ ନାମ ସଂଯୋଗ ପ୍ରକ୍ରିୟା, ଅନ୍ଲାଇନ୍ ଆବେଦନ, ଯାଞ୍ଚ ବ୍ୟବସ୍ଥା ଓ ଚୂଡ଼ାନ୍ତ ଭୋଟର ତାଲିକାରେ ନାମ ସାମିଲ ହେବା ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ନେଇଥିଲେ।
ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ନିରପେକ୍ଷ ଓ ପ୍ରଯୁକ୍ତିନିର୍ଭର କରିବାକୁ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଥିବାବେଳେ, ଭୋଟର ତାଲିକାର ଶୁଦ୍ଧତା ଏବଂ ଡିଜିଟାଲ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଉପରେ ଏହି ଗସ୍ତରେ ବିଶେଷ ଫୋକସ୍ ରହିଥିଲା।