ଭଦ୍ରକ: ବେଆଇନ ଗୋରୁ ଚାଲାଣ ଉପରେ ଲାଗୁନି ରୋକ । ଗୋରୁ ବୋଝେଇ ଗାଡ଼ିକୁ ଜବତ ରଖି ଗୋ ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କଲା ପୋଲିସ । ପୋଲିସକୁ ଦେଖି ବିଲ ଭିତରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା ବେଆଇନ ଗୋରୁ ବୋଝେଇ ପିକଅପ । ଆଉ ଗୋଟେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପରେ ପୋଲିସ ଗାଡିକୁ ଜବତ କରିଥିଲା ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଗୁଜୀଦରଡା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ନେଇ କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା । ଏନେଇ ଡିଏସପି ସମ୍ବିତ ମାଝୀଙ୍କ ସହ ସ୍ୱତନ୍ତ୍ର ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ପୋଲିସ ଟିମ କୁ ଦେଖି ଦୁଇ ଟି ବେଆଇନ ଗୋରୁ ବୋଝେଇ ଗାଡ଼ି ରୁ ଗୋଟିଏ ଗାଡ଼ି ବିଲ ଭିତରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା ଅନ୍ୟ ଗାଡି ଫେରାର ହୋଇଯାଇଥିଲା । ପରେ ଫେରାର ଗାଡ଼ି କୁ ମଧ୍ୟ ଜବତ କରାଯାଇଛି । ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ କରାଯାଇଛି ।