ବିଦ୍ୟୁତ ସଟସର୍କିଟରେ ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ। ଭୋଗରାଇ ବ୍ଳକ ଆରୁଆପାଳ ଗ୍ରାମର ସନ୍ତୋଷ ବାରିକଙ୍କ ପାନ ବରଜରେ ଘଟିଛି ଏଭଳି ଅଘଟଣା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ସମ୍ପୂର୍ଣ ପାନ ବରଜ ଜଳିପୋଡି ଛାର ଖାର ହୋଇଯାଇଥିଲା। ଏହି ଅଘଟଣ ଘଟିବା ଫଳରେ ସନ୍ତୋଷ ବାରିକଙ୍କୁ ଅନେକ କ୍ଷତି ସହିବାକୁ ପଡିଛି ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଆରୁଆପାଳ ଗ୍ରାମର ସନ୍ତୋଷ ବାରିକଙ୍କ ପାନ ବରଜ କୃଷ୍ଣନଗର ଅଂଚଳରେ ରହିଥିଲା। ତେବେ ଦିନ ପାଖାପାଖି ୨ଟା ସମୟରେ ବିଦ୍ୟୁତ ସଟସର୍କିଟରୁ ବିଦ୍ୟୁତ ଖୁଣ୍ଟରୁ ନିଆଁ ଖସି ପାନ ବରଜ ଉପରେ ପଡିଥିଲା। ତେବେ ପାନ ବରଜରେ ଅଧିକ ଗରମ ଓ ତାତି ଥିବାରୁ ସମ୍ପୂର୍ଣ ବରଜରେ ନିଆଁ ଲାଗିଯାଇଥିଲା। ତେବେ ଖବର ପାଇ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ସବୁକିଛି ଜଳି ପଡ଼ି ନଷ୍ଟ ହୋଇଯାଇଥିଲା। ତେବେ ପାନ ବରଜରେ ନିଆଁ ଲାଗିବାରୁ ପ୍ରାୟ ୨ଲକ୍ଷ ଟଙ୍କା କ୍ଷତି ହୋଇଥିବା କହିଛନ୍ତି ପାନ ବରଜର ମାଲିକ।