ପୁରୀ : ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ସନ୍ଧ୍ଯା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ନିର୍ଧାରିତ ସମୟରେ ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ।ଏହି ସମୟରେ ଗୁପ୍ତ ନୀତି ହେବ ତେଣୁ ସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିର ନୀତିକାନ୍ତି ଅନୁଯାୟୀ ଶ୍ରୀ ବିଗ୍ରହମାନେ ଦାରୁ ବା କାଷ୍ଠରେ ନିର୍ମିତ ହୋଇଛନ୍ତି । ଯାହାଙ୍କର ଶ୍ରୀଅଙ୍ଗକୁ ସୁରକ୍ଷିତ ରଖିବାର ଉତ୍ତର ଦାୟିତ୍ୱ ଦଇତାପତି ସେବକମାନଙ୍କର। ଏଣୁ ଏହି ଦଇତାମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁଦୃଢ଼ ରଖିବା ସହ ଋତୁକାଳୀନ ପ୍ରଭାବରୁ ସୁରକ୍ଷିତ ରଖିବାକୁ ପଇତା ଲାଗି ନୀତିଟି କରିଥାନ୍ତି।