ଭୁବନେଶ୍ୱର : ଜବରଦଖଲ କି ଭଡ଼ା ଲାଗିବନି ସରକାରୀ କ୍ବାର୍ଟର। ଯଦି କେହି ସରକାରୀ କ୍ବାର୍ଟରକୁ ଭଡ଼ା ଲାଗନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କଡ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ସୂଚନା ଅନୁସାରେ , ଅନେକ ଜାଗାରେ ସରକାରୀ କ୍ବାର୍ଟର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଅନେକ ଜାଗାରେ କ୍ଵାଟରକୁ ଜବରଦଖଲ କରି ବସିଛନ୍ତି ଲୋକ। ତେଣୁ କେତେ ସରକାରୀ କ୍ୱାର୍ଟର ଗୁଡିକ ଖାଲି ପଡ଼ିଛି ସେ ନେଇ ତାହା ଉପରେ GA ବିଭାଗ ଏକ ତାଲିକା ପ୍ରସ୍ତୁତ କରୁଛି। ଏଭଳି ଯେଉଁ ସରକାରୀ କ୍ୱାର୍ଟର କୁ ଲୋକେ ମାଡ଼ି ବସିଛନ୍ତି ତାହାକୁ ତୁରନ୍ତ ଉଚ୍ଛେଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସେହି ବାବଦରେ ଆମ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏପରିକି ଏହି ଉଚ୍ଛେଦ ପ୍ରକ୍ରିୟା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।