କଟକ: ଓଡିଶା ସରକାରୀ ଆଉଟସୋର୍ସଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କର ଦୀର୍ଘ ଦିନର ବିଭିନ୍ନ ଦାବୀକୁ ନେଇ ରାଜ୍ୟ ସରକାରଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିବେଦନ।
ପୂର୍ବ ସରକାର ଥିବା ବେଳେ ମହାସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କ୍ଷେତ୍ରରେ ଦାବୀ ହୋଇଥିଲା। ଆଉ ସେଥିରେ କିଛିଟା ଦାବୀ ମଧ୍ୟ ପୂରଣ ହୋଇଥିଲା କିନ୍ତୁ ସ୍ଥାୟୀ ନିଯୁକ୍ତି ଭଳି କିଛି ମୁଖ୍ୟ ଦାବୀ ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ। ତେଣୁ ସରକାର ପରିବର୍ତ୍ତନ ହୋଇଥିବା ବେଳେ ନୂଆ ସରକାର ସେମାନଙ୍କର ଦାବି ପୂରଣ କରିବେ ବୋଲି ସେମାନେ ଆଶାରେ ଅଛନ୍ତି। ଯାହା ପାଇଁ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବୀ ଜଣାଇବା ପାଇଁ ଏକ ବୈଠକର ଆୟୋଜନ କରାଯାଇଥିଲା।
ସୂଚନା ଅନୁସାରେ, ବିଗତ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଓଡିଶା ଆଉଟ ସୋସିଂଙ୍ଗ କର୍ମଚାରୀ ମାନେ ସେମାନଙ୍କ ସେବା ଯୋଗାଇ ଦେଇଥିଲେ। ଆଉ ଆଶା ରଖିଥିଲେ ରାଜ୍ୟର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଲେ ସରକାର ଆଉଟସୋର୍ସଙ୍ଗ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବେ। କିନ୍ତୁ ପୂର୍ବ ସରକାର ତାହା ଶୁଣିନଥିଲେ। ତେବେ ସଂଘର ଯାହା ପୂର୍ବ ଦାବୀ ଅଛି ତାହାକୁ ନୂତନ ସରକାର ଗ୍ରହଣ କରନ୍ତୁ ଏବଂ ଛଟେଇ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି।